Breaking News

ଲରମ୍ଭା କଲେଜରେ ଯୁବରେଡକ୍ରସର ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ



ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ଯୁବ ରେଡକ୍ରସ
ତରଫରୁ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକ ମାନଙ୍କୁ ଆକସ୍ମିକ ଦୁର୍ଘଟଣା ସମୟରେ ସେବା ପ୍ରଦାନ ଓ ଦୁର୍ଗମ ଅଞ୍ଚଳରେ  ଲୋକଙ୍କୁ ବିପଦ ସମୟରେ ସାହାଯ୍ୟ ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯାଇଛି।   ଏହି ଅବସରରେ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ତାଲିମଦାତା ଅଧ୍ୟାପକ  ଉମାକାନ୍ତ ନାଗ ଯୁବରେଡକ୍ରସ ଜିଲ୍ଳା ସଂଯୋଜକ ସୋନପୁର,କଲେଜର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଅଶୋକ ମହାନ୍ତି , ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ମନୋରଂଜନ ତ୍ରିପାଠୀ , ଯୁବରେଡକ୍ରସ  ଅଧିକାରୀ ସୁନୀଳ ପ୍ରଧାନ, ଅଧ୍ୟାପିକା ବୀଣା ମେହେର,କାଦମ୍ବିନୀ ଗୁରୁ, ମୁଖ୍ୟ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ ଯୋଗ ଦେଇ ଯୁବରେଡକ୍ରସର ଭୂମିକା ଓ ସ୍ବେଚ୍ଛାସେବୀଙ୍କ  କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ଏଥିସହ ନବାଗତ ଛାତ୍ରଛାତ୍ରୀଙ୍କୁ ବହୁ ମାତ୍ରାରେ ଯୋଗଦେବା ପାଇଁ ଉତ୍ସାହିତ କରାଯାଇଥିଲା । ଶେଷରେ ବୀଣା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।  ଏଥିରେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ସହ ସ୍ବେଚ୍ଛାସେବୀ ଗୁଲଠୁ ମିନ, ବର୍ଷାରାଣୀ ମେହେର, ଓମ ପ୍ରକାଶ ବାରିକ, ଠାକୁର ଭୋଇ , କୁସୁମଲତା କର ପ୍ରମୁଖ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୦/୨୦୨୪----୯,୩୫ Sakhigopal News,25/10/2024

Blog Archive

Popular Posts