Breaking News

ଅଁଳା ନବମୀ ଯାତ୍ରା ପାଇଁ ରାସ୍ତା ଅବରୋଧ ହଟାଇବାକୁ ନିର୍ଦ୍ଦେଶ


ସାକ୍ଷୀଗୋପାଳ,---- ସାକ୍ଷୀଗୋପିନାଥଙ୍କ ପବିତ୍ର ଅଁଳା ନବମୀ ଯାତ୍ରା ପାଇଁ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୋମବାର ସନ୍ଧ୍ୟାରେ ଏକ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ବସୁଥିବା  ଉଠାଦୋକାନି ଓ ରାସ୍ତା ଅବରୋଧ କରିଥିବା ବ୍ୟବସାୟି ଓ ଜଣସାଧାରଣ ତୁରନ୍ତ ହଟି ଯିବାକୁ ସତ୍ୟବାଦୀ ତହସିଲଦାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁ ମାନେ ମଙ୍ଗଳବାର ସକାଳ ଆଠଟା ମଧ୍ୟରେ ନ ହୋଇଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଆଇନ ଅନୁଯାୟୀ ବେଆଇନ ଦଖଲ ବା ରାସ୍ତା ଅବରୋଧ ହଟାଯିବ ବୋଲି କୁହାଯାଇଛି।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧୦/୨୦୨୪----୯,୨୫ Sakhigopal News,28/10/2024


Blog Archive

Popular Posts