Breaking News

ନାଗପୁରରେ ଘୁମୁସରୀ ଗୋପାଳଙ୍କୁ ଗୋବର ଗୋମୁତ୍ରରୁ ପଞ୍ଚଗବ୍ୟ ପ୍ରାସାଧନି ପ୍ରଶିକ୍ଷଣ ପ୍ରଦାନ



ଭଞ୍ଜନଗର:----  ଆଜିକାଲି ଦେଶରେ କସମେଟିକ ବଜାରରେ ମିଳୁଥିବା ପଦାର୍ଥ ସ୍କିନ, ହେୟାର ଓ ଶରୀର ସୌନ୍ଧରିକରଣ ନିମିତ ପ୍ରାସାଧନିକ ସାମଗ୍ରୀଗୁଡିକରେ ମାରାତ୍ମକ ରାଷୟନିକ ଟକ୍ସିକ ଅକ୍ସିନାଲ,ପିଇଜି,କୋଲଟI,ଅକ୍ସିବେଞ୍ଜୋନେ,ବେଞ୍ଜୋଫେନୋ, ନେରୋ ଟକସିକ ବ୍ୟବହାର ଦ୍ଵାରା କର୍କଟରୋଗ ସୁନାମି ଆସିବାରେ ଲାଗିଅଛି। ତାହାର ମୁକ୍ତିପାଇଁ ପଞ୍ଚଗବ୍ୟ ପ୍ରାସାଧନିକ ପଦାର୍ଥ ବ୍ୟବହାର କେବଳ ଆବଶ୍ୟକ ଭାବି ଭାରତ ସରକାରଙ୍କ କ୍ଷୁଦ୍ର,ଲଘୁ ଓ ମଧ୍ୟମ ଉଦ୍ଯୋଗ ମନ୍ତ୍ରଣାଳୟ ଅଧିନସ୍ଥ ମହତ୍ମାଗାନ୍ଧୀ ଗ୍ରାମୀଣ ଔଦ୍ଧିକରଣ ସଂସ୍ଥାନ  ୱାର୍ଧା ମହାରାଷ୍ଟ୍ର ଠାରେ ରେଣ୍ଟି ଯୋଜନା ଅନ୍ତର୍ଗତରେ ଘୁମୁସରୀ ଗୋପାଳଙ୍କୁ ଗୋବର ଗୋମୁତ୍ରରୁ ପଞ୍ଚଗବ୍ୟ ପ୍ରାସାଧନି ସପ୍ତାହବ୍ୟାପୀ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି I  ପଞ୍ଚଗବ୍ୟରୁ ସାବୁନ, ଗୋନାଇଲ, ହେୟାରଅୟେଲ, ମଶାଧୂପ, ଅଗରବତୀ, ଡେଣ୍ଡ୍ରଫ, ଫେସ ପ୍ଯାକ, ଶ୍ଯାମ୍ପୂ, ହାଣ୍ଡୱାଶ, ଲାଲ ଓ କଳା ଦନ୍ତମଞ୍ଜନ, ଦୀପ ଓ ଗୋବରରୁ ବିଭିନ୍ନ ସାମଗ୍ରୀ ଉପରେ ଏମଗିରିର ସାଧନ କର୍ମୀ ଭାବେ ଡାଃ ଜୟ କିଶୋର ଛାଗନୀ   ଓ ପ୍ରଶିକ୍ଷକ ପାୟଲ କାଥଲେ ତାଲିମ ପ୍ରଦାନ କରି ପରିଦର୍ଶନ କ୍ଷେତ୍ର ଭାବେ ନାଗପୁର ନିକଟସ୍ତ ଦେଓଲପାରସ୍ଥିତ ଭାରତ ଗୋ- ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ଭାରତର ସର୍ବଶ୍ରେଷ୍ଠ ଗୋଶାଳାରେ ଆୟୁର୍ବେଦ ମେଡିସିନ ପ୍ରସ୍ତୁତି ଉପରେ କେନ୍ଦ୍ରର ନିତିନ ମାଇତବ ଓ ମହେଶ ଚୋଲା ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ପ୍ରଚୁର ପରିମାଣ ଗୋବର ନଷ୍ଟ ହେବା, ଗୋମୁତ୍ର ଅପଚୟ  ଓ କ୍ଷୀରର ବଜାରିକରଣ ଅଭାବ ଦୂରୀକରଣ ନିମିତ ଏ ପ୍ରଶିକ୍ଷଣରୁ ଶିଖିଥିବା ସାମଗ୍ରୀରୁ ଓ ଗୋବରର ଉପଯୁକ୍ତ ବ୍ୟବହାର ଓ ଗୋମୁତ୍ର ନଷ୍ଟକୁ ପ୍ରତିରୋଧ ନିମିତ ଭଞ୍ଜନଗର ଘୁମୁସର ଉପଖଣ୍ଡର ଅଞ୍ଚଳରେ ଯୁବକଯୁବତୀ ବ୍ୟାପକ ପରିମାଣରେ ଆର୍ଥିକ ଆତ୍ମାନିର୍ଭର ସହ ଆତ୍ମନିଯୁକ୍ତି ସ୍ଵାମ୍ବଲବନ ସୃଷ୍ଟି ସହ ଗୋପାଳକର ଆୟ ଦୁଇଗୁଣ ହୋଇପାରିବ I ସଚେତନତା ଅଭାବ ହେତୁ ୯୦ଭାଗ ଲୋକ ଏହି ରାସIୟନି କସମେଟିକ ପଦାର୍ଥ ବ୍ୟବହାର ଦ୍ଵାରା  କର୍କଟ,ହୃଦ, ସ୍ନାୟୁ,ହରମାନଜନିତ ମାରାତ୍ମକ ରୋଗ ଆକ୍ରାନ୍ତ ସହ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଯାହାର ଗମ୍ଭୀରତାକୁ ନଜର ରଖି ଘୁମୁସରୀ ସମିତି ବିଷମୁକ୍ତ ସମାଜପାଇଁ ଘୁମୁସରୀ ପଞ୍ଚଗବ୍ୟ ଗୋଗ୍ରାମ,ଗୋଶାଳା ଓ ଗୋଅଭୟIରଣ୍ୟ କରିବା ସହ ଅଞ୍ଚଳରୁ ଗୋବର ଗୋମୁତ୍ର କିଣି ବିଭିନ୍ନ ଘରୋଇ ପ୍ରIସମନିକ ସାମଗ୍ରିକ କରିବା ଘୁମୁସରୀ ଗୋପାଳ ସମିତି ପ୍ରମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ପ୍ରେସଇସ୍ତାହାର ଦେଇଛନ୍ତି I ଜିଲ୍ଲାରୁ ଶ୍ରୀ ସାହୁଙ୍କ ନେତୃତ୍ଵରେ ପ୍ରଫୁଲ ବିଶୋଈ,ଲୀନା ଗୌଡ, ସୁଦାମଡାକୁଆ, ଗୀତାଞ୍ଜଳି ମଳିକ,ଳସିବାନ ମଳିକ ଆଦି ଗୋପାଳ ଗୋପାଳିକ ପ୍ରଶିକ୍ଷଣ ପାଇ ନାଗପୁରରୁ ଫେରି ଆଜି ଓଡିଶା ପହଞ୍ଚିଛନ୍ତି I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୦/୨୦୨୪----୭,୨୫ Sakhigopal News,27/10/2024

Blog Archive

Popular Posts