ଚାକିର ନାଁରେ ଠକେଇ ମାମଲା, ଜଣେ ଅଭିଯୁକ୍ତ ଗିରଫ
ଜଟଣୀ, : ଜଟଣୀ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗତ ୨୩ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜଟଣୀ ପୋଲିସ। ଆଜି ଆଉ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୨୩ ତାରିଖରେ ପୁଲିସ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ତଳସାହିର ଈଶ୍ୱର ଚନ୍ଦ୍ର ମହନ୍ତ ଓରଫ୍ ପ୍ରଶାନ୍ତ କୁ ଗିରଫ କରିଥିବା ବେଳେ ଆଜି ଭୁନେଶ୍ବରସ୍ଥିତ ତମାଣ୍ଡୋ ଥାନା ଅନ୍ତର୍ଗତ ବିଜିପୁର ଫାର୍ମାସିଷ୍ଟ କଲେଜ ପଛପଟେ ରହୁଥିବା କୃଷ୍ଣଚନ୍ଦ୍ର ଜେନା ଓରଫ୍ ରାଜା କୁ ଗିରଫ କରିଛି। ତାଠାରୁ ପୁଲିସ ଠକାମିରେ ବ୍ୟବହୃତ କରୁଥିବା ଲାପଟପ୍, ମୋବାଇଲ ଫୋନ ସହିତ ଅରିଜିନାଲ ଡକ୍ୟୁମେଣ୍ଟ ଜବତ କରିଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମୟୂରଭଞ୍ଜ ବେତଣ୍ଟିରେ ଏକ ଘରୋଇ ବିଦ୍ୟାଳୟରେ ମାର୍ଶାଲ ଆର୍ଟ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଅଭିଯୋଗକାରୀ ଅଜିତ କୁମାର ମହନ୍ତ କିଛି ଦିନ ପୂର୍ବେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିଲେ। ଅଜିତ ଚାକିରି ଅନ୍ୱେଷଣରେ ଥିବା ବେଳେ ଅଭିଯୁକ୍ତ ଏହାର ସୁଯୋଗ ନେଇ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୧ଲକ୍ଷ ଟଙ୍କା ଅଗ୍ରୀମ ଦେବାକୁ କହିଥିଲା। ଅଭିଯୁକ୍ତର କଥାରେ ବିଶ୍ବାସ କରି ଅଜିତ ଖୋର୍ଦ୍ଧାରୋଡ୍ ସ୍ଥିତ ଡିଆରଏମ୍ ଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଅଭିଯୁକ୍ତକୁ ନଗଦ ୩୫ହଜାର ଟଙ୍କା ଓ ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ଦେଇଥିଲେ ଓ ଅଜିତକୁ କିଛି ସମୟ ଅପେକ୍ଷା କରିବାକୁ କହି ଘଟଣାସ୍ଥଳରୁ ପଳାଇଥିଲେ। କିଛି ସମୟ ପରେ ଅଜିତଙ୍କ ମେଲ୍ ଆଇଡିରେ ଏକ ନିଯୁକ୍ତ ପତ୍ର ପଠାଇଥିଲେ। ପରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତକୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏ ନେଇ ଶେଷରେ ଅଜିତ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୦/୨୦୨୪----୭,୩୫ Sakhigopal News,27/10/2024