Breaking News

ସତ୍ୟବାଦୀରେ ଶୀତ ଦିନିଆ ଫସଲ ପୋଛି ନେଲା ବାତ୍ୟା ଦାନା


ସାକ୍ଷୀଗୋପାଳ,--- ବାତ୍ୟା ଦାନା ସତ୍ୟବାଦୀରେ ସେପରି କିଛି ନଷ୍ଟ କରି ପାରିନଥିଲେ ମଧ୍ୟ  ମାତ୍ର ଲଘୁଚାପ ଜନିତ ବର୍ଷା ଶୀତ ଦିନିଆ ଫସଲ ପାଇଁ ପଡିଥିବା ଚାରା ନଷ୍ଟ କରି ଦେଇଛି ।  ଏପରିକି ସତ୍ୟବାଦୀର କୁସୁମେଶ୍ୱର, ଆନନ୍ଦପୁର, ବଳପୁର, ବିଦ୍ୟାଧରପୁର, ଦକ୍ଷିଣସାହି, ବନମାଳୀପୁର, ସାରଙ୍ଗଯୋଡି, ଚିଲପାଟଣା, ସୁଆଁଲେ, ପରଜପଡା, ମହୁରା, କେତକିପାଟଣା, ବୁଡାକେରା, ବାଙ୍ଗୁରା, ବିଲିପଡା, ସନ୍ଥ, ଆଦି ଗ୍ରାମ ଗୁଡିକ ଶୀତ ଦିନିଆ ଫସଲ ପାଇଁ ବେଶ ଜଣାଶୁଣା । ବାତ୍ୟା ପ୍ରକୋପରେ ସୃଷ୍ଟି ହୋଇଥିବା ବର୍ଷା ଯୋଗୁ  ଶହ ଶହ ଶାଗ କିଆରି ନଷ୍ଟ ହୋଇଯାଇଛି । ସେହିପରି ଆଉ ଏକ ସପ୍ତାହ ଯାଇଥିଲେ ଶାଗ ଓ ଧନିଆ , ପାଳଙ୍ଗ ଚାଷୀ ଓପାଡି  ବଜାରରେ ବିକ୍ରୟ କରିଥାନ୍ତା । କାର୍ତ୍ତିକ ମାସରେ ବିଶେଷ କରି ଶାଗର ଚାହିଦା ଥିବାରୁ ଚାଷୀ ପରିବାର ଡିପ ବିଲ ଓ ବାରି ମାନଙ୍କରେ ଧାନ ଚାଷ ନ କରି ବିଶେଷ କରି ଶାଗ, ଧନିଆ ଚାଷ କରିଥାନ୍ତି । ଏବେ ବାତ୍ୟା ଦାନା ସେମାନଙ୍କର କିଛି କରି ପାରିନଥିଲେ ମଧ୍ୟ  ବିଶେଷ କରି ଶୀତଦିନିଆ ଫସଲ ନଷ୍ଟ କରି ଦେଇଛି । ଅନ୍ୟ ପକ୍ଷେ ଚାଷୀ ମାନେ ଡିପ ଜମିରେ ଲଙ୍ଗା, ବାଇଗଣ, ଟମାଟୁ, କଲରା ବିଶେଷ କରି ଫୁଲକୋବି ଓ ପତ୍ରକୋବି ଚାରା ପକାଇଥିଲେ । ଚାରା ମଧ୍ୟ ଉଠିବା ଆରମ୍ଭ କରିଦେଇଥିଲା । ବର୍ଷା ମାଡରେ ଚାରା ଉପରେ ମାଟି ଚଡିଯାଇଛି ।  ମାତ୍ର ସରକାରଙ୍କ ନିକଟରେ ସତ୍ୟବାଦୀ ବ୍ଳକରେ ବାତ୍ୟା ଦାନା ର ପ୍ରକୋପ କିଛି ନାହିଁ ବା କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସରକାରୀ ଭାବେ ରିର୍ପୋଟ ହୋଇଛି । ମାତ୍ର ଯେଉଁ ଚାଷୀ ପରିବାରର ଶାଗ, ଧନିଆ, ପାଳଙ୍ଗ ଆଦି ଶାଗ ଜାତୀୟ ଫସଲ ନଷ୍ଟ ହେବା ସହ ଟମାଟୁ, ଲଙ୍କା, ବାଇଗଣ, କୋବି ଆଦି ବିଭିନ୍ନ ଚାରା ନଷ୍ଟ ହୋଇଛି ତାହାର କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାଷୀ ପୂର୍ଣ୍ଣଚନ୍ଦ୍ର ବେହେରା, ସନିଆ ପ୍ରଧାନ, ମାଗା ଭୋଇ, ମିଲି ପ୍ରଧାନ, ନଖିଆ ବେହେରା, ନକୁଲ ସାହୁ ପ୍ରମୁଖଙ୍କ ସହିତ ବିଭିନ୍ନ ଚାଷୀ ସଂଗଠନ ନିବଦେନ କରିଛନ୍ତି ।

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୦/୨୦୨୪----୮,୪୫ Sakhigopal News,26/10/2024

Blog Archive

Popular Posts