କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
ଭଞ୍ଜନଗର - କନ୍ଧମାଳ ରୁ ପୁରୀକୁ ଗଞ୍ଜେଇ ଚାଲାଣ ବେଳେ ସୂଚନା ପାଇ ରାସ୍ତାରେ ଚଢ଼ାଉ କଲା ଗଂଜାମ ଜିଲ୍ଲା ଭଂଜନଗର ଅବକାରୀ ବିଭାଗ । ବୁଦୁଲି ନିକଟରୁ ଗୋଟିଏ କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହାସହ ଦୁଇ ଚାଲାଣକାରୀ ଙ୍କୁ ଗିରଫ କରିଛି ପୋଲିସ ଳ। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ କାକଟପୁର ଅଞ୍ଚଳର ଦୁର୍ଗାଚରଣ ମହାନ୍ତି ଓ ଚିତ୍ତରଞ୍ଜନ ଦାସ ବୋଲି ଜଣାପଡିଛି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାରୁ ୩ ଟି ବସ୍ତାରେ ଗଞ୍ଜେଇ ଧରି ଭଂଜନଗର ଦେଇ ପୁରୀ ଅଭିମୁଖେ ବାହାରି ଥିବା ବେଳେ, ବୁଧବାର ସକାଳୁ ସକାଳୁ ପେଟ୍ରୋଲିଂ କରୁଥିଲା ପୋଲିସ୍ । ଏକ ଧଳା ରଙ୍ଗର କାର୍ ଗାଡି ନମ୍ବର ଓଡି ୦୨ ଏଏକ୍ସ ୮୧୭୭ କାର୍ ଟି ଦ୍ରୃତ ଗତିରେ ଆସୁଥିବାରୁ ଦେଖି ଅବକାରୀ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା । କାରଟିକୁ ଭଂଜନଗର ଅବକାରୀ କର୍ମଚାରୀମାନେ ଯାଞ୍ଚ କରିବା ସମୟରେ , କାର୍ ଡିକି ରୁ ୩ ଟି ବସ୍ତାରେ ଗଞ୍ଜେଇ ବେଝେଇ ହେଇଥିବା ଦେଖି ଏହା ଜବତ କରିଥିଲେ। ଯାହାର ଓଜନ ୬୦ କିଲୋ ଥିବା ବେଳେ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଅଧିକାରୀ ଶ୍ରୀ ହରିଜନ କହିଛନ୍ତି । ଏହି ଚଢାଉ ରେ ଇନିସପେକ୍ଟର୍ ଡମ୍ବରୁଧର ହରିଜନ ସମେତ ଏସଆଇ ଅଲିଭା ମାଝୀ, ଏଏସଆଇ ବହୁମୂଲ୍ୟ ପରିଛା, ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଦୀପ୍ତି ରଞ୍ଜନ ସାହୁ ଚଢ଼ାଉରେ ଭାଗ ନେଇଥିଲେ। । ଗିରଫ ପରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ, ଶ୍ରୀ ହରିଜନ କହିଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୨୧/୫/୨୦୨୫---୧୦,୨୦ Sakhigopal News,21/5/2025