ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା କାର୍ଯକ୍ରମ ଅନୁଷ୍ଠିତ
ଜଟଣୀ :--ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ୧ ଅକ୍ଟୋବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱ।ଡା” ପାଳନ କରାଯାଇଛି | ରେଳ ଷ୍ଟେସନ୍, ରେଳ ପରିସର, ଟ୍ରେନ୍, ଅଫିସ୍, କ୍ୟାଣ୍ଟିନ, ଖାଦ୍ୟ ଷ୍ଟଲ୍ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା | ଦେଶକୁ ପରିଷ୍କାର - ପରିଛନ୍ନ ରଖିବା ସହ ମହାତ୍ମା ଗାନ୍ଧୀଜୀ ଙ୍କର ସ୍ୱଚ୍ଛ ତଥା ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା l ସ୍ୱଚ୍ଛତା ପଖୱ।ଡା, ସ୍ୱଚ୍ଛତା ଶପଥ ସହିତ ଆରମ୍ଭ ହୋଇଥିଲା | ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ, ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ | ଏହି ୧୫ ଦିନିଆ ଅଭିଯାନରେ ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକଳାପ କରାଯାଇଥିଲା | ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ଵାରା, ଜନ ଭାଗିଦାରୀ ବାର୍ତ୍ତା ପଠାଇ, ସ୍ୱଚ୍ଛତା ଅଭିଯାନ କାର୍ଯକ୍ରମ କରାଯାଇଥିଲା l ଯାହାକି ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ ସ୍ୱଚ୍ଛତା ପାଇଁ ମଣ୍ଡଳ ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି | “ସ୍ଵଚ୍ଛ ଷ୍ଟେସନ୍” ଅଧୀନରେ ସମସ୍ତ ପ୍ଲାଟଫର୍ମ, ୱେଟିଂ ହଲ୍, ଡୋର୍ମିଟରୀ, ରିଟେରିଙ୍ଗ ରୁମ୍, ପାର୍ସଲ୍ ଅଫିସ୍, ଟ୍ରାକ୍ ଇତ୍ୟାଦିରେ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା l “ସ୍ଵଚ୍ଛ ରେଳଗାଡ଼ି” ଅଧୀନରେ କୋଚ, ଶୌଚାଳୟ, ୱାଶ ବେସିନ୍ ଇତ୍ୟାଦି ର ପରିଷ୍କାରତା ଯାଞ୍ଚ କରାଯାଇଥିଲା। । ଯାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଯୋଗାଇବା ପାଇଁ ପାନ୍ଟ୍ରି କାର୍ କର୍ମଚାରୀ ଏବଂ ଅନବୋର୍ଡ ହାଉସ୍ କିପିଂ ଷ୍ଟାଫ୍ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଟ୍ରେନରେ ଦିଆଯାଇଥିବା ସ୍ଵଚ୍ଛତା ସେବା ଉପରେ ଯାତ୍ରୀମାନଙ୍କଠାରୁ ମତାମତ ଗ୍ରହଣ କରାଯାଇଥିଲା |
ସ୍ୱଚ୍ଛତା ପଖୱ।ଡା ସମୟରେ ଯାତ୍ରୀ ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି, କରିବା ପାଇଁ, ଷ୍ଟେସନରେ, ନୁକ୍କଡ୍ ନାଟକ, ଜିଙ୍ଗଲ୍ସ,, ବ୍ୟାନର ପ୍ରଦର୍ଶନ, ସୂତା ବ୍ୟାଗ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା l
ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍.ବାଜୱା, ରେଳ ଷ୍ଟେସନ ଏବଂ ଟ୍ରେନରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ନିରନ୍ତର ଉଦ୍ୟମ କରାଯିବ ବୋଲି କହିଥିଲେ l ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ରେ ରେଳ ବିଭାଗକୁ ସାହାଯ୍ୟ କରିବାକୁ ସେ ସମସ୍ତ ରେଳ ଯାତ୍ରୀ ଙ୍କୁ ଅନୁରୋଧ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧୦/୨୦୨୪----୮,୨୦ Sakhigopal News,15/10/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧୦/୨୦୨୪----୮,୨୦ Sakhigopal News,15/10/2024