Breaking News

ଚଳନ୍ତା ଟ୍ରେନ ରୁ ସନ୍ଧେହ ଜନକ ସ୍ଥିତି ରେ ପଡ଼ିଲେ ମହିଳା ଆଇନଜୀବୀ,୧୫ ଦିନ କୋମାରେ; ତଦନ୍ତ ଓ ସମସ୍ତ ଟ୍ରେନରେ ଲଗାଇବା ପାଇଁ ହାଇକୋର୍ଟ ରେ ଜନସ୍ବାର୍ଥ ମାମଲା



କୋଣାର୍କ,----- ଜନୈକ ମହିଳା ଆଇନଜୀବୀ  ଚଳନ୍ତା ଟ୍ରେନ ରୁ ମଧ୍ୟରାତ୍ରୀରେ ସନ୍ଧେହ ଜନକ ସ୍ଥିତି ରେ ଖସିପଡ଼ି , ଗୁରୁତର ହୋଇ କୋମା ଅବସ୍ଥାରେ ୧୫ ଦିନ ଧରି ମେଡିକାଲ ରେ ଥିବା ଘଟଣା ଉପରୁ ପରଦା ହଟାଇବା 

 ତଦନ୍ତ ଓ ସମସ୍ତ ଟ୍ରେନରେ ସିଶି ଲଗାଇବା ପାଇଁ ହାଇକୋର୍ଟ ରେ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି। ସାଧାରଣ ବସ ରେ ସିସି କ୍ୟାମେରା ଲଗାଯାଇଥିବା ବେଳେ,ଟ୍ରେନ ଗୁଡିକରେ ସିସି କ୍ୟାମେରା ଏପର‌୍ୟ୍ୟନ୍ତ ଲଗାଯାଇପାରିନାହିଁ।ଫଳରେ ଟ୍ରେନରେ ଅନେକ ସମୟରେ ଅପରାଧିକ କାର‌୍ୟ୍ୟ ଘଟୁଅଛି । ଯାତ୍ରୀମାନେ ଅସୁରକ୍ଷିତ ଅବସ୍ଥାରେ କିପରି ଯାତାୟାତ କରୁଛନ୍ତି,ତାହା ଏହି ପିଟିସନ ରେ ଦର୍ଶାଯାଇଛି।

କୋଣାର୍କ ବାର୍ ଆସୋସିଏସନ୍ ପକ୍ଷରୁ ସଭାପତି ଶ୍ରୀଜୟ

ବରାଳ ଏହି ପିଟିସନ ରେ ଦର୍ଶାଇଛନ୍ତି ଯେ , କୋଣାର୍କ ବାର୍ ର ମହିଳା ଆଇନଜୀବି ସତ୍ୟଭାମା ରଥ ପୁରୁଷୋତ୍ତମ ଏକ୍ସପ୍ରେସ ରେ ନୂଆଦିଲ୍ଲୀ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଅକ୍ଟୋବର ୧୫ ରାତ୍ରି ୨ ଟା ରୁ ୩ଟା ବେଳେ ହରିଦାସପୁର ରେଳ ଧାରଣା କଡ଼ରୁ ରେଳବାଇ ପୁଲିସ ତାଙ୍କୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଟ୍ରେନରେ ସିସି କ୍ୟାମେରା ଥିଲେ,ଏହି ଘଟଣା ଉପରୁ ପରଦା ନିଶ୍ଚୟ ଭାବେ ହଟି ଥାଆନ୍ତା ବୋଲି କହି, ସମସ୍ତ ଟ୍ରେନରେ ତୁରନ୍ତ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟକୁ ପ୍ରାର୍ଥନା କରିଛନ୍ତି।

ଏହି ଘଟଣା ପାଇଁ ସେ ରେଳବାଇ କୁ ଦାୟୀ କରି ଶ୍ରୀ ବରାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଜୀବନ ସହ ସଂଘର୍ଷ କରୁଥିବା ମହିଳା ଆଇନଜୀବଙ୍କୁ ତୁରନ୍ତ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସମସ୍ତ ରେଳଯାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟକୋଣରୁ ସମସ୍ତ ଯାତ୍ରୀବାହୀ ଟ୍ରେନରେ ସିସି କ୍ୟାମେରା ଲଗାଇବାକୁ ଯୋଜନା ଥିଲା। ଏହି ଯୋଜନା ଅନ୍ତର୍ଗତ ୮୨୪୪ ଷ୍ଟେସନ ଓ ୫୮୨୬ ଯାତ୍ରୀବାହୀ ବଗିରେ ସିସି କ୍ୟାମେରା ଲଗାଯିବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ ୩୭୭୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ କୌଣସି କାରଣ ବଶତଃ ଏହି ଯୋଜନା ଶୀତଳ ଭଣ୍ଡାର ରେ ରହିଅଛି। ଏହି ମାମଲାରେ ରେଳ ମନ୍ତ୍ରଣାଳୟ, ରେଳବାଇ ପୋଲିସ ମହାନିର୍ଦ୍ଦେଶକ ଆଦିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।


Blog Archive

Popular Posts