ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ପୂଜା ପାଇଁ ପ୍ରଶାସନ , ଗ୍ରାମକୋଠ ଓ ସେବାୟତଙ୍କ ମିଳିତ ବୈଠକ ; ଚଳିତ ବର୍ଷ ଆକର୍ଷଣୀୟ ସାଜିବ ଭଷାଣି
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତର ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା ଦକ୍ଷିଣକାଳୀ ପୀଠ ବେଶ ଜଣାଶୁଣା । ପ୍ରତିବର୍ଷ କାର୍ତ୍ତିକ ମାସ ଦୀପାବଳି ଅମାବାସ୍ୟା ତଥା କାଳୀପୂଜା ଦିନ ପୀଠରେ ମୃଣୀୟ ମୂର୍ତ୍ତିରେ ପୂଜା ପାଇଥାନ୍ତି । ଏ ବର୍ଷ ୩୦ ତାରିଖରେ ମସ୍ତକ ସଂଯୋଗ କରାଯିବା ପରେ ୩୧ ତାରିଖରେ ଗୁରୁବାର ମଧ୍ୟରାତ୍ରାରେ କାଳୀପୂଜା ହେବ । ୧ ତାରିକ ତଥା ଶୁକ୍ରବାର ଦିବା ୧୦ ଘଟିକା ପରେ ଭକ୍ତ ମାନଙ୍କ ପାଇଁ ସାହାଣମେଲା ଦର୍ଶନ ମିଳିବ । ସେହିପରି ସେହିଦିନ ରାତି ୧୦ଟାରେ ବିସର୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଶନିବାର ମାଙ୍କ ପୀଠରେ ଶାନ୍ତିପଣା ଭୋଗ ଲାଗିବା ପରେ ୫ ତାରିକଭ ଦିନ ଶାନ୍ତିପୂଜା ହେବ ବୋଲି ବୀରଗୋବିନ୍ଦପୁର କୋଠମହାଜନ ଓ ସେବାୟତ ମାନଙ୍କ ପକ୍ଷରୁ ସୁଚନା ମିଳିଛି । ଏହି ଯାତ୍ରା ଦେଖିବା ପାଇଁ ବିଭିନ୍ନ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତଙ୍କ ଗହଳି ଲାଗିବ । କିପରି ଶାନ୍ତି ଶୃଙ୍ଖଳା ସହ ଶେଷ କରାଯିବ ସେଥିଲାକି ଶନିବାର ରାତ୍ରରେ ମାଙ୍କ ପୀଠ ପରିସରରେ ପ୍ରଶାସନ , ଗ୍ରାମ କୋଠ ମହାଜନ ଓ ସେବାୟତ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ଏସଡିପିଓ ବିରଞ୍ଜି ନାରାୟଣ ପତି, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ.ସାକ୍ଷୀଗୋପାଳ ଥାନା ଆଇଆଇସି ଉମେଶ କୁମାର ସାହୁ, ସତ୍ୟବାଦୀ ଥାନା ଆଇଆଇସି , ଜିଲ୍ଲା ପରିଷଦ ସଭ୍ୟା ବିଷ୍ଠୁପିୟା ବରାଳ, କୋଠ ସଭାପତି ଆଦିତ୍ୟ ନନ୍ଦ, ସମ୍ପାଦକଅଭିନାଷ ଆଚାର୍ଯ୍ୟଙ୍କ ସହିତ ଅନ୍ୟ ସଦସ୍ୟ ଓ ସେବାୟତ ମାନେ ଯୋଗ ଦେଇଥିଲେ । ବିଶେଷ କରି ଗ୍ରାମ ଦାଣ୍ଡ ଆଲୋକୀ କରଣ କରାଯିବା ସହ ନିରବଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ, ରାସ୍ତା, ଅଗ୍ନିଶମ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଉପସ୍ଥିତ ରହିବେ ବୋଲି ବୈଠକରେ ଆଲେଚନା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୦/୨୦୨୪----୭.୨୫ Sakhigopal News, 27/10/2024