ବାତ୍ୟା ଦାନାକୁ ନେଇ ସତ୍ୟବାଦୀ ବ୍ଳକ ପ୍ରଶାସନ ସଜାଗ ; ପଞ୍ଚାୟତ ଅଧିକାରୀ ଓ ଆରଆଇ ମାନଙ୍କୁ ନେଇ ବୈଠକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଦଭାବନା ସଭା ଗୃହ ପରିସରରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଲିପିସା ରାୟଙ୍କ ତତ୍ୱବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ଏବିଡିଓ ସଲିଲ କୁମାର ଦାଶ, ଜିପିଓ ସୌଭାଗ୍ୟ ରଞ୍ଜନ କର ଯୋଗ ଦେଇଥିଲେ । ସମ୍ଭାଭ୍ୟ ବାତ୍ୟାକୁ ନେଇ କିପରି ସଜାଗ ରହିବା ସେ ଦିଗପ୍ରତି ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ସତ୍ୟବାଦୀ ବ୍ଳକରେ ଥିବା ୪ଗୋଟି ବାତ୍ୟା ଆଶୟ ସ୍ଥଳୀ ଆଜି ଏଡିଏମ ବୁଲିକି ଦେଖିଥିଲେ । ସେ ଗୁଡିକ ହେଲା ଅଳଗୁମ, ଶୁକଳ, ବଳରାମପୁରଗଡ ଓ ବିଦ୍ୟାଧରପୁର । ଏହା ସହିତ ପ୍ରାଥମିକ ଓ ହାଇସ୍କୁଲକୁ ମିଶାଇ ୨୪ ଗୋଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସେହିପରି ଯେଉଁ ଗର୍ଭବତୀ ମାନଙ୍କର ସମୟ ହୋଇଯାଇଛି ସେମାନଙ୍କୁ ତୁରନ୍ତ ପାଖ ମେଡିକାଲରେ ଭର୍ତ୍ତି କରାଯିବା ପାଇଁ ସିଡିପିଓଙ୍କୁ କୁହାଯାଇଛି । ବିଦ୍ୟୁତ ବିଭାଗ ପକ୍ଷରୁ ବାତ୍ୟା ଯଦି ହୁଏ ପରେ ପରେ ତୁରନ୍ତ ବିଦ୍ୟୁତ ମରାମତି ବା ବିଦ୍ୟୁତ ସଂଯୋଗ କରିବେ । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତା ଉପରକୁ ଯଦି କୌଣସି ଠାରେ ଗଛ ଓଲଟି ପଡିବ ତା ହେଲେ ତୁରନ୍ତ ଗମନା ଗମନି ପାଇଁ ଗଛ କାଟିବେ । ପଲିଥିନି ତହସିଲ କାର୍ଯ୍ୟାଳୟ ଠାରେ ଗଛିତ ରଖାଯାଇଛି । ବିଶେଷ କରି ବାତ୍ୟା ସମୟରେ ବିଦ୍ୟୁତ କଟି ଯିବାରୁ ଲୋକମାନେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଲକ୍ଷ୍ୟ କରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଡିଜି ଜେନେରେଟର ବନ୍ଦୋବସ୍ତ କରିବା ପାଇଁ ବିଡିଓ ଲିପିସା ରାୟ ଆରଡ୍ୟୁ ଏସଏସର ଜେଇ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଖାଦ୍ୟ ସାମଗ୍ରୀ କଳାବଜାରୀ ରୋକିବା ପାଇଁ ବିଡିଓଙ୍କ ସହିତ ବ୍ଳକ ଯୋଗାଣ ବିଭାଗ ଅଧିକାରୀ ସାକ୍ଷୀଗୋପାଳ ବଜାର ଉପରେ ନଜର ରଖିଛନ୍ତି । ଯେପରି କୌଣସି ବ୍ୟବସାୟୀ କଳାବଜାରୀ ନ କରିନ୍ତି ସେଥିଯୋଗୁ ସମସ୍ତ ବ୍ୟବସାୟୀ ମାନଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ନିବଦେନ କରାଯାଇଛି । ମାତ୍ର କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସୁଚନା ପ୍ରଦାନ କରାଯାଇନାହିଁ ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୦/୨୦୨୪---୭,୧୫ Sakhigopal News, 22/10/2024