Breaking News

ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ବେଆଇନ ଭାବେ ରାସ୍ତା ଅବରୋଧ ହଟିଲା

 


ସାକ୍ଷୀଗୋପାଳ,---- ସାକ୍ଷୀଗୋପାଳରେ ପବିତ୍ର ଅଁଳାନବମୀ ଯାତ୍ରା ପାଇଁ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଥମ ପ୍ରସ୍ତୁତି ବୈଠକରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ବେ ଆଇନ ଭାବେ ରାସ୍ତା ଅବରୋଧ କରୁଥିବା ବିଭିନ୍ନ ବ୍ୟବସାୟୀ ମାନଙ୍କୁ ହଟାଇବା ପାଇଁ ନିସ୍ପତି କରାଯାଇଥିଲା । ଏହାକୁ ମଧ୍ୟ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର ଦୃଢ଼ ସମର୍ଥନ କରିଥିଲେ । ନିସ୍ପତି ଅନୁଯାୟୀ ସୋମବାର ସଂଧ୍ୟାରେ ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଦ୍ୱାରା ରାସ୍ତା ଉପରୁ ହଟି ଯିବା ପାଇଁ  ବ୍ୟବସାୟୀ ମାନଙ୍କୁ ନିବଦେନ କରାଯାଇଥିଲା । ମାତ୍ର କେତକ ବ୍ୟବସାୟୀ ମାନେ ସେମାନଙ୍କ ଦେକାନ ଘର ସମ୍ମୁଖରେ ବାଉଁଶ, ପଲିଥିନି, ଟିଣ ଆଦି ପକାଇ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେକି ଲୋକମାନେ ଦେକାନରୁ ସାମଗ୍ରୀ କିଣିବା ସମୟରେ ରାସ୍ତା ଉପରେ ଗାଡି ମଟର ଥୋଇବା ଫଳରେ ରାସ୍ତା ଜାମା ହେଉଥିଲା । ଏହାକୁ ନଜର କରି ପ୍ରଶାସନ ପକ୍ଷରୁ ଏଭଳି ନିସ୍ପତି ଗ୍ରହଣ କରାଯାଇଛି । ବିଶେଷ କରି ସାକ୍ଷୀଗୋପାଳ ନଡିଆ ମାକେର୍ଟ ସମ୍ମୁଖ ଓ ମନ୍ଦିର ନିକଟରେ ବ୍ୟବସାୟୀ ମାନେ ରାସ୍ତା ଅବରୋଧ କରିଥିଲେ । ଏହି ଉଚ୍ଛେଦ ସମୟରେ ସାକ୍ଷୀଗୋପାଳ ତହସିଲଦାର ଆଲୋକ କୁମାର ଦେହୁରୀ, ସତ୍ୟବାଦୀ ଆରଆଇ, ପୋଲିସ ଓ ଅନ୍ୟ କର୍ମଚାରୀ ମାନେ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୦/୨୦୨୪---୭,୨୦   Sakhigopal News, 29/10/2024

Blog Archive

Popular Posts