Breaking News

ଆନନ୍ଦ ସେବା ସଦନରେ ଅସହାୟ ବୃଦ୍ଧଙ୍କୁ ଥଇଥାନ କଲେ ନିଷ୍ଠା ପରିବାର

 
 ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ "ଆନନ୍ଦ ସେବା ସଦନ" ବଡ଼ ପିପିଲିପାଲି ଅନାଥଶ୍ରମ ଠାରେ ଉକ୍ତ ବୃଦ୍ଧ ଘର ସମ୍ବଲପୁର ଜିଲ୍ଲା ହୁମା । ତାଙ୍କର ନାମ ଡିଂଗର ଭୂଏ, ବୟସ ୭୦ । ସେ ତିନି ମାସଧରି ବରଗଡ ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସା ହୋଇ ଆସୁଥିଲେ । ତାଙ୍କର କେହି ନାହାନ୍ତି ବୋଲି ନିଷ୍ଠା ପରିବାର କୁ ଜଣାଇବା ପରେ ନିଷ୍ଠା ପରିବାର ସଦସ୍ୟା ମମତା ବାଗ ଆନନ୍ଦ ସେବା ସଦନ ଅନାଥାଶ୍ରମର ମୁଖ୍ୟଙ୍କ ସହିତ ଯୋଗଯୋଗ  କରିଥିଲେ । ମମତା ବାଗ ଡିଂଗର ଭୂଏ ଙ୍କୁ ଆଣି ଥଇଥାନ କରିଥିଲେ। ଆନନ୍ଦ ସେବା ସଦନ ଅନାଥାଶ୍ରମର ମୁଖ୍ୟ ଙ୍କୁ ନିଷ୍ଠା ପରିବାର କୃତଜ୍ଞତା ଜ୍ଞାପନ କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୦/୨୦୨୪-----୯,୫୫ Sakhigopal News 22/10

Blog Archive

Popular Posts