Breaking News

ବିପୁଳ ପରିମାଣର ଚୋରା କାଠ ଜବତ, ଆସାମୀ ଫେରାର ; ଖସିଗଲେ ନା , ଖସେଇଦେଲେ..??





ଭଂଜନଗର - ଅଟୋ ରେ ଚୋରା କାଠ ଚାଲାଣ ହେଉଥିବା ନେଇ, ବନ ବିଭାଗ ପାଖରେ ଖବର ପହଞ୍ଚିଲା । ରାସ୍ତାରେ ଚଢାଉ କରି ଅଟୋ ସହ, ବହୁ ପରିମାଣର ମୂଲ୍ୟବାନ ସାଇଜ୍ କାଠ ଜବତ ହେଲା । ଘଟଣା ସ୍ଥଳରୁ ୩ ଜଣ ଆସାମୀ ଫେରାର ହୋଇ ଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଗାଲେରୀ ବନାଞ୍ଚଳରେ ନଜରକୁ ଆସିଛି, ଏଭଳି ଘଟଣା । ଦିଆ ଯାଇଥିବା ସୂଚନା ପ୍ରକାରେ, ବୁଧବାର ଭୋର ସମୟରେ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ନୂଆ ପଲ୍ଲୀ ଠାରୁ ଦୋମୁହାଁଣି ଗାଁ ଦେଇ ଏକ ଡାଲା ଅଟୋ ( ଗାଡି ନଂ - ଓଡି ୩୨ ଏଫ୍ ୩୩୪୫) ରେ ଢୋଲପିଟା ଗାଁ  ଅଭିମୁଖେ ମୂଲ୍ୟବାନ କାଠ ଚାଲାଣ ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା । ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ , ଗାଲେରୀ ବନାଞ୍ଚଳ ର କର୍ମଚାରୀ ମାନେ ଢୋଲପିଟା ନିକଟରେ ଚଢ଼ାଉ କରିଥିଲେ । ସେଥିରେ ଥିବା ୪୮ ଟି ଶାଳ ସାଇଜ୍ କାଠ ଯାହାକି ୨୨ ସିଏଫଟି କାଠ ଜବତ କରିଥିଲେ । ଏହା ସହ ଅଟୋ କୁ ମଧ୍ୟ ଜବତ କରିଥିଲେ । ଘଟଣା ସ୍ଥଳରୁ ଅଟୋ ଡ୍ରାଇଭର ସହ ଦୁଇ ଜଣ ଆସାମୀ ଫେରାର ହୋଇଯାଇଥିଲେ । ଏହି ଚଢ଼ାଉ ରେ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଳ, ବନପାଳ ଅଭିମନ୍ୟୁ ମଳିକ, ରମେଶ କୁମାର ବେହେରା, ଅମିତା ଜେନା, ବନରକ୍ଷୀ ମାନସ କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଏ ସଂକ୍ରାନ୍ତରେ ୪ଜି/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବନ ବିଭାଗ । ଏ ସଂକ୍ରାନ୍ତରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଚଢ଼ାଉ ସମୟରେ ସଂପୃକ୍ତ କାଠ ମାଫିଆ ମାନେ ରୀତିମତ ଭାବେ ଗାଲେରୀ ବନାଞ୍ଚଳରେ ମୂଲ୍ୟବାନ କାଠ ଚୋରିକରି ଆସୁଛନ୍ତି । ତେବେ ସ୍ଥାନୀୟ ବନବିଭାଗ କର୍ମଚାରୀ ଙ୍କୁ କାଳୀପୂଜା ଭେଟି ନଦେବାରୁ, ଏହି ଚଢାଉ ଲୋକଦେଖାଣିଆ ଭାବେ କରାଯାଇଥିଲା ବୋଲି ଲୋକମାନେ କହୁଛନ୍ତି। ଘଟଣା ସ୍ଥଳରେ କାଠ ମାଫିଆଙ୍କ ସହ , ପୁଣି ନୂଆଁ ମୂଲଚାଲ ହେବା ପରେ, ସେମାନଙ୍କୁ ଘଟଣା ସ୍ଥଳରୁ ଫେରାର ହେବାପାଇଁ ସୁଯୋଗ ଦିଆଯାଇଥିଲା ବୋଲି ଶୁଣିବାକୁ ମିଳୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେଲାପରେ, ବିଭାଗ ପକ୍ଷରୁ ସଫେଇ ଦିଆଗଲା ଆସାମୀ ମାନେ ଖସିଗଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ହେଉଛି, ଏହି ଚଢ଼ାଉରେ କାଠ ଏବଂ ଅଟୋ ଜବତ ହେଲା । ହେଲେ ଆସାମୀ ମାନେ ପ୍ରକୃତରେ ଖସିଗଲେ, ନା' ଜାଣିଶୁଣି ସେମାନଙ୍କୁ ଖସାଇ ଦିଆଗଲା । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କଲେ, ଗାଲେରୀ ବନାଞ୍ଚଳରେ ଚାଲିଥିବା କାଠ ମାଫିଆ ଓ ବନ କର୍ମଚାରୀଙ୍କ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି  ବୁଦ୍ଧିଜୀବୀମାନେ କହନ୍ତି। ତା' ନହେଲେ ବନବିଭାଗ ଉପରୁ , ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ବାସ ତୁଟିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୦/୨୦୨୪---୯,୫୫ Sakhigopal News,30/10/2024

Blog Archive

Popular Posts