ସାକ୍ଷୀଗୋପାଳରେ ବାତ୍ୟା ଦାନାର ପ୍ରଭାବ ଶୁନ୍ୟ ; ଚାଷୀ ଓ ଜନସାଧାରଣ ଚିନ୍ତାମୁକ୍ତ , ଧନ୍ୟବାଦ ଦେଲେ ବିଦ୍ୟୁତ ବିଭାଗକୁ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅଞ୍ଚଳରେ ବାତ୍ୟା ଦାନାର କୌଣସି ପ୍ରଭାବ ପଡିନାହିଁ । ଏପରିକି ନାହିଁ ପ୍ରବନ , ନାହିଁ ବର୍ଷା । ପାଣିପାଗ ବା ସୋସିଆଲ ମିଡିଆରେ ଯେଉଁ ଭାବେ କୁହାଯାଇଥିଲା ଯେ ପୁରୀ ଜିଲ୍ଲାରେ ପବନ ବୋହିବା ସହ ବର୍ଷା ବହୁ ପରିମାଣର ହେବ । ମାତ୍ର ତାହା ଭୁଲ ପ୍ରମାଣିତ ହୋଇଛି । ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ବିଶେଷ କରି ଖାଲୁଆ ଅଞ୍ଚଳ ଓ କଚା ଘରେ ବସବାସ କରୁଥିବା କିଛି ପରିବାରଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆଣିଥିଲେ । ମାତ୍ର ପବନ ଓ ବର୍ଷା ନ ହେବାରୁ ସେମାନେ ବାତ୍ୟା ଆଶ୍ରୟ ସ୍ଥଳ ଛାଡି ନିଜ ନିଜ ବାସ ସ୍ଥାନକୁ ଚାଲିଯାଇଥିଲେ । ସେହିପରି ସତ୍ୟାବାଦୀରେ ପବନ ନାଁ କହିଲେ ବିଦ୍ୟୁତ କାଟ ହୁଏ । ମାତ୍ର ବାତ୍ୟା ଦାନା ମାଡି ଆସିଥିଲେ ମଧ୍ୟ ସାକ୍ଷୀଗୋପାଳରେ ବିଦ୍ୟୁତ ସେହିପରି କାଟ ହୋଇନାହିଁ । ଯାହାକୁ ନେଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ଜନସାଧାରଣ ବିଭାଗୀୟ ଏସଡିଓ ଓ ଜେଇଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର , ଜିଲ୍ଲାପରିଷଦସଭ୍ୟ, ସଭ୍ୟା ବ୍ଳକ ବିଡିଓ ଲିପିସା ରାୟ, ଜେଇ ଓ ଦଳୀୟ କର୍ମୀ ମାନଙ୍କୁ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତ, ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକ ବୁଲିଥିଲେ । ସେହିପରି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ , ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବା ସହିତ ଜଗନ୍ନାଥ, ଓ ସାକ୍ଷୀଗୋପିନାଥଙ୍କ ଦୟାରୁ ବାତ୍ୟା ଆରମ କିଛି କ୍ଷତି କରିପାରିବ ନାହିଁ ବୋଲି ଲୋକମାନଙ୍କୁ ସାହସ ଦେଇଥିଲେ । ଶେଷରେ ବାତ୍ୟା ଅନ୍ୟ ଦିଗକୁ ଚାଲିଗଲା ସାକ୍ଷୀଗୋପାଳରେ ସେପରି କିଛି ହେଲାନାହିଁ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୦/୨୦୨୪--୭.୧୦ Sakhigopal News, 25/10/2024