ଚାନ୍ଦା ନ ଦେବାରୁ ଚାପୁଡ଼ା ମାଡ; ଫାଣ୍ଡିରେ ଅଭିଯୋଗ
ଭଞ୍ଜନଗର - ଦଶହରା ଚାନ୍ଦା ନଦେବାରୁ ଉପଭୋକ୍ତାଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଲେ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଜନୈକ ଠିକା କର୍ମଚାରୀ । ଏନେ ଠିକା କର୍ମଚାରୀଙ୍କ ନାମରେ ଫାଣ୍ଡିରେ ଅଭିଯୋଗ ହୋଇଛି । ଗାଲେରୀ ଫାଣ୍ଡି ନିକଟ ଜରିସାହି ରେ ଘଟିଛି ଏଭଳି ଘଟଣା । ଆହତ ଯୁବକ ଉକ୍ତ ସାହିର ସିମାଞ୍ଚଳ ଗୌଡ । ସୂଚନା ପ୍ରକାରେ ଜନୈକ ଠିକା କର୍ମଚାରୀ ଜଣକ, ଜରି ସାହିର ସିମାଞ୍ଚଳଙ୍କ ଘରକୁ ଦଶହରା ଚାନ୍ଦା ମାଗିବାକୁ ଯାଇଥିଲେ । ସେ ୫୦ ଟଙ୍କା ଦେବାରୁ ସଂପୃକ୍ତ ଠିକା କର୍ମଚାରୀ ଜଣକ ସିମାଞ୍ଚଳଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ସିମାଞ୍ଚଳଙ୍କ ମୁହଁ ଓ ପାଟିରୁ ରକ୍ତସ୍ରାବ ହୋଇଥିଲା । ସେ ଗାଲେରୀ ମେଡିକାଲକୁ ଯାଇ ଚିକିତ୍ସିତ ହେବାପରେ, ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ, ଦଶହରା ଚାନ୍ଦା ପାଇଁ ବିଦ୍ୟୁତ୍ ବିଭାଗର ଜଣେ ଠିକା କର୍ମଚାରୀ ମାଡ଼ ମାରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୪------ 10/101/2024