Breaking News

ବରଗଡ ଖଣ୍ଡଥା ଆନ୍ଧ୍ରକ୍ଯାମ୍ପ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତ ଦାନ ଶିବିର




  
ବରଗଡ଼ ---- ବରଗଡ ଜିଲ୍ଲା ଅନ୍ତର୍ଗତ ଖଣ୍ଡଥା ଗ୍ରାମ ପଞ୍ଚାୟତ ଆନ୍ଧ୍ରକ୍ଯାମ୍ପ ଛକ ଠାରେ ଖୁବ ଧୁମ୍ ଧାମରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଯାଇଛି।ଏହି ଅବସର ରେ ଶ୍ରୀରାମ ବଣିକ ସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥଲା।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମୂରଲୀ କ୍ରିଷ୍ଣା ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ଡି ମୂରଲୀ କ୍ରିଷ୍ଣା ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଡି ନାଗେଶ୍ଵର ରାଓ, ପୂରନ ଶର୍ମା, ସରୋଜ ମହାପାତ୍ର, ସୁଶାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ନୃତ୍ୟ ପରିବେଷଣ କରିଥିବା କୁନି କୁନି କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ। ଜଣେ ମହିଳା ରକ୍ତ ଦାତା ଗୋଟିଏ ଦମ୍ପତ୍ତି  ସର୍ବମୋଟ ୪୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିଶେଷରେ  ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଶ୍ରୀରାମ ବଣିକ ସଂଘ ର ସଭାପତି ଜି.ବାସୁ ରାଓ ,ସମ୍ପାଦକ ରିଙ୍କୁ ସେନ କର ଓ ଅନ୍ୟ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ଶ୍ରୀରାମ ବଣିକ ସଂଘ ର ସଦସ୍ୟ ମାନେ ଏହି ଶିବିର ପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା,ସହଯୋଗୀ, ଶୁଭେଛୁ ଓ ଦୋକାନୀ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ତରଫ ଅଭିନନ୍ଦନ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧୦/୨୦୨୪----୯,୧୦ Sakhigopal News,19/10/2024

Blog Archive

Popular Posts