ରାସ୍ତା କରରେ ତାଳବୃକ୍ଷ ରୋପଣ
ସାକ୍ଷୀଗୋପାଳ,---- ଅଦିନିଆ ବ୍ରଜପାତ ସାଙ୍ଗକୁ ଲଘୁଚାପ ଜନିତ ବର୍ଷାକୁ ରୋକିବା ପାଇଁ ଏକମାତ୍ର ବାଟ ହେଉଛି ତାଳବୃକ୍ଷ ରୋପଣ ବୋଲି ଏବେ ଜଣାପଡିଛି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ବ୍ଳକର ଆଳିଶ ଗ୍ରାମ ପଞ୍ଚାୟତର ଚୁରାଳି ଗ୍ରାମର ଯୁବ ସମାଜସେବୀ ତାପସ ରଞ୍ଜନ ପରିଡାଙ୍କ ତତ୍ୱବଧାନରେ ଚୁରାଳି କେନାଲ ରାସ୍ତା କରରେ ପ୍ରାୟ ୨୦ ଗୋଟି ତାଳ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚୁରାଳି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ୱାର୍ଡ ସଭ୍ୟ ବଚନ ବସ୍ତି ଓ ପୂର୍ବତନ ୱାର୍ଡ ସଭ୍ୟଙ୍କ ପ୍ରତିନିଧି ସଙ୍କର୍ଷଣ ବସ୍ତି , ଧର୍ମପଦ ପ୍ରଧାନ, ରାଧାକାନ୍ତ ପ୍ରଧାନ ପ୍ରମୁଖ ତାଳ ବୃକ୍ଷ ରୋପଣରେ ସହଯୋଗ କରିଥିଲେ । ଆଗାମୀ ଦିନରେ ୧୦୦ରୁ ଅଧିକ ତାଳବୃକ୍ଷ ରୋପଣ କରାଯିବ ବୋଲି ଯୁବ ସମାଜସେବୀ ଶ୍ରୀ ପରିଡା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୦/୨୦୨୪----୭,୧୫ Sakhigopal News, 15/10/2024