Breaking News

ବାତ୍ୟା ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ବୈଠକ




 ଭଞ୍ଜନଗର --- ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଭଞ୍ଜନଗର ଉପଖଣ୍ଡ  ପ୍ରଶାସନ ପକ୍ଷରୁ ଏନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ଅଧିନ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ବାତ୍ୟା ପୁର୍ବ ଓ ପରବର୍ତ୍ତୀ ସମୟରେ କିଭଳି ସଫଳ ପରିଚାଳନା କରାଯିବ ସେନେଇ ସମସ୍ତ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୂନ୍ୟ ମୃତାହତ,ସ୍ଥାନାନ୍ତର ଓ ଉଦ୍ଧାରକାର୍ଯ୍ୟ କୁ ଉପଖଣ୍ଡ ପ୍ରଶାସନ ଗୁରୁତ୍ୱ ଦେଇଛି। ବାତ୍ୟା ପୁର୍ବରୁ ବିପଦସଙ୍କୁଳ ଓ କଚ୍ଚା ଘରେ ରହୁଥିବା ଲୋକ ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ ଉପଲବ୍ଧ କରିବା,ପିଇବା ପାଣି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖିବା,ପ୍ରସବ କରିବାକୁ ଥିବା ମା'ମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା,ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଔଷଧ ଓ ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବା । ବାତ୍ୟା ପରବର୍ତ୍ତୀ ସମୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ସଡକ ଓ ବିଜୁଳି ବ୍ୟବସ୍ଥାରେ ତ୍ବରିତ ସୁଧାର ଆଣିବା ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ପାଚିଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନକୁ ଆଣି ରଖିବାକୁ ଚାଷୀ ଙ୍କୁ ପରାମର୍ଶ ଦିଆଯାଇଛି।ବାତ୍ୟା ସମୟ ରେ ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରି ଯେପରି ନହୁଏ ସେଦିଗରେ ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କରଙ୍କ ସମେତ ବିଦ୍ୟୁତ,ଜଳସଂପଦ,ଅଗ୍ନିଶମ,ପଞ୍ଚାୟତିରାଜ,ସ୍ବାସ୍ଥ୍ୟ ଓ ପାନୀୟଜଳ ବିଭାଗର ଅଧିକାରୀ ଏବଂ ଉପଖଣ୍ଡ ସୁଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୦/୨୦୨୪---୯,୧୦ Sakhigopal News,22/10/2024

Blog Archive

Popular Posts