ଭେଡେନ ଥାନା ପକ୍ଷରୁ ରେଶମ ଠାରେ" ଆମ ପୋଲିସ ସମିତିର ଆଲୋଚନା ଚକ୍ର ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ଥାନା ପକ୍ଷରୁ ରେଶମ ଠାରେ" ଆମ ପୋଲିସ ସମିତି" ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ।ମୁଖ୍ୟ ଅତିଥି ଭାବେ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କିପରି ଭାବରେ ରୋକାଯାଇ ପାରିବ ସେ ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବରପାଲି ଥାନା ଆଇଆଇସି ଜୟ ରଶ୍ମି ସେଠୀ ଯୋଗ ଦେଇଥିଲେ। ଆମ ପୋଲିସ ସମିତି" ର ଆଲୋଚନା ରେ ରେଶମ, ଲୁହାଖଣ୍ଡି, ଅଁଏଲାପାଲି, ଅରେଗୁଡି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ ଜନପ୍ରତିନିଧି ଓ ଜନସାଧାରଣ ମାନେ ଅଂଶଗ୍ରହଣ କରିଥିଲେ। ସାଇବର କ୍ରାଇମ, ଅପରାଧିକ କାର୍ଯ୍ୟକଳାପ କିପରି ଭାବରେ ରୋକାଯାଇ ପାରିବ ଓ ପୋଲିସ ପ୍ରଶାସନ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ଜନ ସଚେତନତା ସୃଷ୍ଟି ନିମନ୍ତେ ଆଲୋଚନା କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇ ଦେଇଥିଲେ। ଏହି ସମୟରେ ଭେଡେନ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୦/୨୦୨୪---୭,୪୫ Sakhigopal News,22/10/2024