ଲରମ୍ଭା କଲେଜ ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ନୌସେନା ଶୋଭାଯାତ୍ରା
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ନୈାସେନା ତରଫରୁ ଓଡିଆ ମାତୃଭାଷାର ଅସ୍ମିତା ଉପରେ ଏକ ଶୋଭାଯାତ୍ରା କଲେଜ ପରିସରରୁ ଆରମ୍ଭ ହୋଇଥିଲା । ଶୋଭାଯାତ୍ରାକୁ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଉଦଘାଟନ କରିଥିଲେ । ନୈାସେନା ଅଧିକାରୀ ସରୋଜ କୁମାର ନାୟକ ପରିଚାଳନା କରିଥିଲେ । ଓଡଆ ଭାଷାରେ ସରକାରୀ ଚିଠିପତ୍ର, ଫଳକ ଗୁଡିକରେ ନାମଲେଖା ଇତ୍ୟାଦି ଲୋକ ଲୋଚନକୁ ଅଣାଯାଇଥିଲା । ଶୋଭାଯାତ୍ରାରେ ତତ୍ ବିଷୟକୁ କେନ୍ଦ୍ରକରି ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହା ପରେପରେ ଦୁର୍ନୀତି ନିବାରଣ ସପ୍ତାହ ଉପରେ ଏକ ଆଲୋଚନା ହୋଇ ଶପଥ ପାଠ କରାଯାଇଥିଲା । ଏଥିରେ ପ୍ରାଧ୍ୟାପକ ଅଶୋକ ମହାନ୍ତି ,ଅଧ୍ୟାପକ ପ୍ରଦୀପ ପଣ୍ଡା, ପବିତ୍ର ମାହାଣା ଡଃ ଅଜିତ କୁମାର ନାଥ, ଯଶୋବନ୍ତୀ ସା, ଚୂଳାରାଜ ମେହେର, ଶିଶିର ସାହୁ ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୧୦/୨୦୨୪----୯,୩୦ Sakhigopal News,28/10/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୧୦/୨୦୨୪----୯,୩୦ Sakhigopal News,28/10/2024