Breaking News

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ପରିଚାଳନା ସମିତି ବୈଠକ, ଆଲୋଚନା ଚକ୍ର, ବନ୍ଧୁ ମିଳନ ଏବଂ ସମ୍ବର୍ଦ୍ଧନା ସଭା



  ଭଞ୍ଜନଗର --- ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠାର ୩୬ ବର୍ଷରେ ପଦାର୍ପଣ କରିବାର ଶୁଭ ଅବସରରେ ବୁଦ୍ଧଖୋଲ ପାଦଦେଶରେ ଅବସ୍ଥିତ ଦିବ୍ୟ ଦର୍ଶନ ଜରାଶ୍ରମ ପରିସରରେ ଅନୁଷ୍ଠାନର ପରିଚାଳନା ସମିତି ବୈଠକ, ଆଲୋଚନା ଚକ୍ର, ବନ୍ଧୁମିଳନ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । 
     ଅନୁଷ୍ଠାନର ସଭାପତି ଗୌରୀପତି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ କୃତ୍ତିବାସ ବିଶ୍ଵାଳ, ପ୍ରତିଷ୍ଠାତା ସଦସ୍ୟ  ଅନନ୍ତ କର, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଅଶୋକ ନନ୍ଦ, ସୁରେଶ ଚନ୍ଦ୍ର ଦାଶ ଅତିଥି ରୂପେ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ୩୫ ବର୍ଷ ଧରି କରିଆସିଥିବା ନିରନ୍ତର ପ୍ରୟାସ ସମ୍ପକରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ନିଜସ୍ୱ କାର୍ଯ୍ୟକ୍ରମ ଜାରିରଖିବାପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିଥିଲେ ।  ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ପ୍ରତି ବ୍ଲକ ରେ ୧୫୦ ରୁ ୨୦୦ ଜଣଙ୍କ ପାଇଁ ସମସ୍ତ ମୌଳିକ ସୁବିଧାସହ ସାହିତ୍ୟ ନିଳୟ ସ୍ଥାପନ ସହ ସୁଲ୍ଲଭ ମୂଲ୍ୟରେ ସାହିତ୍ୟ ଅନୁଷ୍ଠାନ ମାନକୁ ସାହିତ୍ୟ ସମ୍ମିଳନୀ ପାଇଁ ଯୋଗାଇଦେବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପାଞ୍ଚ ଜଣ ବରିଷ୍ଠ ସାରସ୍ୱତ ସାଧକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଲମ୍ବୋଦର ପାଣିଗ୍ରାହୀ, ବ୍ରହ୍ମପୁର, ଦଣ୍ଡପାଣି ମହାପାତ୍ର, ମହାସଚିବ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ,କୋଦଳା, ବେତାର ଶିଳ୍ପୀ , ନାଟ୍ୟକାର ତଥା ସୁସାହିତ୍ୟିକ ମୋତିଲାଲ ପତି,ବେଲଗୁଣ୍ଠା, ବର୍ଷିଆନ କବି ଏବଂ ସୁସାହିତ୍ୟିକ ବଂଶୀଧର ଷଡ଼ଙ୍ଗୀ, ବୁଗୁଡା ଏବଂ ବର୍ଷିୟାନ କବି, ଆଲୋଚକ ଏବଂ ସଙ୍ଗଠକ ରବୀନ୍ଦ୍ରନାଥ ଦାସ ଙ୍କୁ ବିକ୍ଷିପ୍ତା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।
     ୩୫ ବର୍ଷ ପୂରଣ କରି ୩୬ ବର୍ଷ ରେ ପାଦଦେଇଥବା ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ପରିଚାଳନା ସମିତିର ସମସ୍ତ ସଦସ୍ୟ ଏବଂ ଉପସ୍ଥିତି ସମସ୍ତ ସହଯୋଗୀଙ୍କୁ ଅଙ୍ଗବସ୍ତ୍ର, ସ୍ମୃତିଫଳକ , ପ୍ରଶଂସାପତ୍ର ପ୍ରଦାନକରି ସମ୍ମାନିତ କରାଯିବାପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଡ.ଲମ୍ବୋଦର ପାଣିଗ୍ରାହୀ,  ଶ୍ରୀ ଦଣ୍ଡପାଣି ମହାପାତ୍ର, ଡ.ଲକ୍ଷ୍ମୀନାରାୟଣ ଦାଶ, ଶ୍ରୀ  ଵିଜୟ ଚନ୍ଦ୍ର ମିଶ୍ର,  ଅରବିନ୍ଦ ପଣ୍ଡା, ସନ୍ତୋଷ କୁମାର ଜେନା,  ପ୍ରଭାତୀ ମଞ୍ଜରୀ ବେହେରା, ବୈଷ୍ଣବ ଚରଣ ଦାଶ,  ମନୋଜ କୁମାର ପଟ୍ଟନାୟକ,  ଅମୂଲ୍ୟ କୁମାର ଦାଶ,ଶ୍ରୀ ନେତାଜୀ ବିଷୋୟୀ, ଶ୍ରୀନିବାସ ପଣ୍ଡା, ଏବଂ ଶ୍ରୀ ଚିନ୍ମୟ କୁମାର ବେବର୍ତ୍ତା,ଡ.ଅଶୋକ କୁମାର ଷଡ଼ଙ୍ଗୀ, ଶ୍ରୀମତୀ ସୁଜାତା ଷଡ଼ଙ୍ଗୀ ପ୍ରମୁଖ ଅଂଶଗ୍ରହଣକରି ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।  ଆଗାମୀ ଏକବର୍ଷ ମଧ୍ୟରେ ବ୍ରହ୍ମପୁର, ଛତ୍ରପୁର, ଚିକିଟୀ, କୋରାପୁଟ, ଭଞ୍ଜନଗର ରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ,ପଶ୍ଚିମ ଓଡିଶା ସମ୍ମିଳନୀ, ବିକ୍ଷିପ୍ତା କବୟିତ୍ରୀ ସମ୍ମିଳନୀ ଏବଂ ଭୁବନେଶ୍ବର ରେ ରାଜ୍ୟସ୍ତରୀୟ ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀ ଆୟୋଜନ କରାଯିବାପାଇଁ ଘୋଷଣା କରାଯିବାସହ ଏହି କାର୍ଯ୍ୟକ୍ରମର ଗୁଡ଼ିକର ସଫଳ ରୂପାୟନ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା ।    ଶ୍ରୀ ୠତୁରାଜ ବସନ୍ତ, ଶ୍ରୀ ରାଇରଞ୍ଜନ ନନ୍ଦ ଏବଂ ଭୁବନେଶ୍ୱରସ୍ଥ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଝରଣା ବିଷୋୟୀ ଭଞ୍ଜ ସଙ୍ଗୀତ, ଭଜନ ଏବଂ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ରୀ ବୈଷ୍ଣବ ଚରଣ ଦାଶ ଙ୍କ ଶାରଦୀୟ ଦୂର୍ଗୋତ୍ସବ ପୂଜା ପଦ୍ଧତି ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଜରାଶ୍ରମର ଅନ୍ତବାସୀମାନଙ୍କୁ ଅଙ୍ଗବସ୍ତ୍ର ଏବଂ  ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ପାଇଁ ଗଠିତ ବିଭିନ୍ନ ସମିତିର ସଦସ୍ୟ ମାନଙ୍କ ନାମ ଘୋଷଣା କରିଥିଲେ । ଭଞ୍ଜନଗର ରୁ  ରବୀନ୍ଦ୍ର କୁମାର ପ୍ରଧାନ ୨୦/୧୦/୨୦୨୪ ---୯,୧୦ Sakhigopal News,20/10/2024

Blog Archive

Popular Posts