ଅଙ୍ଗନୱାଡି ଓ ଆଶା ଦିଦି ମାନଙ୍କୁ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଚିହ୍ନଟ ଓ ଯନ୍ତ୍ର ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଳକ କାଦୁଆ ଗ୍ରାମ ପଞ୍ଚାୟତର ଚଣାଗୋରଡା ଗ୍ରାମର କୋଠଘର ପରିସରରେ ଏକ ଦିନିକିଆ ଅଙ୍ଗନୱାଡି ଓ ଆଶା ଦିଦି ମାନଙ୍କୁ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଚିଦ୍ନଟ ଓ ସେମାନଙ୍କର ଯନ୍ତ୍ର ନେବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିିରଟିକୁ ଆୟୋଜନ କରିଥିଲେ ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଶ୍ରୀ ନୃସିଂହ ଦେବ ଆଞ୍ଚଳିକଯୁବ ପରିଷଦ । ସତ୍ୟବାଦୀ ବ୍ଳକର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ କରି ଅଙ୍ଗନୱାଡି ଓ ଆଶା ଦିଦି ମାନଙ୍କୁ ଏହି ଯୋଜନାରେ ସାମିଲ କରିବା ସହିତ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ପ୍ରଚାର ଓ ପ୍ରସାର କରିବା ମୁଖ୍ୟ ଲକ୍ଷ୍ୟ । ଏହି ପ୍ରଶିକ୍ଷଣ ଶିବିରର ୩୫ ଜଣ ଆଶା ଓ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଟ୍ରେନର ଭାବେ ରାକେଶ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ମୋନାଲିସା ମହାପାତ୍ରଙ୍କ ତତ୍ୱବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଝସକେତନ ପ୍ରଧାନ, ଜିତୁ ମଲିକ, କୁନ୍ତଳା ବରାଳ, ସମିତା ସ୍ୱାଇଁ, ବିକ୍ରମ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସସ୍ମିତା ବାରିକ ଧନ୍ୟବାଦ ଦେଇଥିଲେ ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୦/୨୦୨୪----୭,୧୫ Sakhigopal News, 15/10/2024