Breaking News

ବିଦ୍ୟୁତ କରେଣ୍ଟ ଲାଗି ଚାଷୀଙ୍କର ମୃତ୍ୟୁ ; କ୍ଷତିପୁରଣ ଦାବିରେ ଶବ ପଡି ରହିଲା, ୫ଲକ୍ଷ ଟଙ୍କା ଓ ପୁଅକୁ ଚାକିରି ଦେବାକୁ ନିସ୍ପତି ପରେ ଶବ ଉଠିଲା


ସାକ୍ଷୀଗୋପାଳ,----- ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଭିଁପୁର  ଦଳିତବସ୍ତିର ଡୁଗୁନା ଭୋଇ (୫୦) ଆଜି ସକାଳେ ପାଖ ଗହିର ବିଲକୁ ଧାନ ବାଛିବା ପାଇଁ ଯାଇଥିଲେ । ମାତ୍ର ବିଲ ମଧ୍ୟରେ ବିଦ୍ୟୁତ ଖୁଣ୍ଠ ଭାଙ୍ଗି ପଡି ରହିଥିଲା । ବିଦ୍ୟୁତ ଖୁଣ୍ଠରେ ଲାଗିଥିବା ତାରରେ ବିଦ୍ୟୁତ ସରାବରାଦ ରହିଥିଲା । ମାତ୍ର ଦିନ ମଜୁରିଆ ଡୁଗୁନି ଏହା ଜାଣି ନପାରି ବିଲରେ ଧାନ ବାଛିବା ସମୟରେ ବିଦ୍ୟୁତ ତାର ଲାଗିଯିବାରୁ ଡୁଗୁନିଙ୍କର ସେହି ବିଲରେ ମୃତ୍ୟୁ ହୋଇଯାଇଥିଲା । ପାଖ ବିଲରେ କାମ କରୁଥିବା ଲୋକମାନେ ଏହା ଜାଣିପାରି ଡୁଗୁନିଙ୍କ ଘରକୁ ଖବର ଦେବା ସହିତ ଗ୍ରାମରେ ଏହା ପ୍ରଚାରିତ ହୋଇଯାଇଥିଲା । ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚାପ ଉତ୍ତେଜନା ପ୍ରକାଶ ପାଇବା ସହ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗ ଏସଡିଓ, ଜେଇଙ୍କ ସହିତ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ମାତ୍ର ଗ୍ରାମାବସୀ ଓ ପରିବାର ପକ୍ଷରୁ ତୁରନ୍ତ କ୍ଷତିପୁରଣ ଦାବିରେ ଜିଦ ଧରି ବସି ରହିଥିଲେ । ଶେଷରେ ମୃତ୍ୟୁ ବରଣ କରିଥିବା ଡୁଗୁନି ପରିବାରକୁ ୫ଲକ୍ଷ ଟଙ୍କା ଓ ପୁଅକୁ ବିଦ୍ୟୁତ ବିଭାଗରେ ଚାକିରି ଦେବାକୁ ପ୍ରତିଶୃତି ମିଳିବା ପରେ ଶବ ଉଠିଥିଲା । ସତ୍ୟବାଦୀ ପୋଲିସ ଏକ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ଉକ୍ତ ବିଦ୍ୟୁତ ଖୁଣ୍ଠ  ବର୍ଷା ଦିନ ଆରମ୍ଭରୁ ଭାଙ୍ଗି ପଡି ଓହଳିକି ରହିଥିଲା । ଏ ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ ବିଭାଗର କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍‌ତୟ ସେମାନେ ଅର୍ଥ ଦେଲେ ନୂତନ ବିଦ୍ୟୁତ ଖୁଣ୍‌ଠ ବସିବ ବୋଲି କହିଥିଲେ ବୋଲି ଗ୍ରାମବାସୀ ମାନେ କହନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୪---୮,୧୦    Sakhigopal News, 18/10/2024



Blog Archive

Popular Posts