ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ; ରଙ୍ଗବେରଙ୍ଗ ଆଲୋକ ସହିତ ବିଭିନ୍ନ ଫୁଲରେ ସଜେଇ ହେବ ମନ୍ଦିର
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ହେଉଛି ସାକ୍ଷୀଗୋପିନାଥଦେବଙ୍କ ପବିତ୍ର ଅଁଳାନବମୀ ଓ ଏକାଦଶୀ ଯାତ୍ରା । ଏହି ଯାତ୍ରା କାର୍ତ୍ତିକ ମାସରେ ପଡୁଥିବାରୁ ଏହି ଦିନରେ ମା ରାଧା ରାଣୀଙ୍କ ପାଦ ଦର୍ଶନ କରିବାର ସୁଯୋଗ ବର୍ଷକୁ ଥରେ ମିଳିଥାଏ । ମା ରାଧାରାଣୀଙ୍କ ପାଦ ଦର୍ଶନ କାର୍ତ୍ତିକ ମାସରେ କଲେ ମହାପୁଣ୍ୟ ମିଳେ ବୋଲି କୁହାଯାଏ । ଏହି ଅବସରରେ ଲକ୍ଷାଧିକ ଭକ୍ତ ମାନଙ୍କର ଗହଳି ଲାଗିରହିଥାଏ । ଏହି ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ଅତିରିକ୍ତ ଏସପି ବିଷ୍ଠୁପସାଦ ପତି, ବିଧାୟକ ଓମ ପ୍ରକାଶ ମିଶ୍ର, ଅତିରିକ୍ତ ଦେବତ୍ତର କମିଶନର ଶିଶିର କୁମାର ସାହୁ , ତହସିଲଦାର ଆଲୋକ କୁମାର ଦେହୁରୀ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ବିଡିଓ ଲିପିସା ରାୟଙ୍କ ସହିତ ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ, ସାକ୍ଷଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘର ସଭାପତି ଆଶୋକ କୁମାର ଖୁଣ୍ଠିଆ ଓ ସମ୍ପାଦକ ପ୍ରତାପ କୁମାର ମହାପାତ୍ର, ଉପସଭାପତି ସଂଜୟ କୁମାର ନନ୍ଦ, ସଦସ୍ୟ ଓ ଅନ୍ୟ ସେବାୟତ ମାନେ ଉପସ୍ଥିତ ରହି ସେମାନଙ୍କର ଅସୁବିଧା ଓ ଗ୍ରାମ ଶଶ୍ମାନ ଓ ପାଉଣା ବୃଦ୍ଧି କରିବା ପାଇଁ କହିବା ସହ ମନ୍ଦିର ହୁଣ୍ଡିରୁ ମିଳୁଥିବା ଅର୍ଥର ୪୦ ଭାଗ ସେବାୟତ ମାନଙ୍କୁ ପ୍ରଦାନ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଷଲ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରୀ ହୋଇ ନାହିଁ ବୋଲି ଅଭିଯୋଗ ଆଣିବା ସହ ଉକ୍ତ ଯାତ୍ରା ଦିନ ନୀତିକାନ୍ତି କିପରି ସଠିକ କରାଯିବ ବୋଲି ପ୍ରଶ୍ନ ଉଠାଇଥିଲେ । ସେବାୟତ ମାନଙ୍କ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଦେବତ୍ତର କମିଶନର ଶ୍ରୀ ସାହୁ ବହୁ ଶିଘ୍ର ଦାବୀ ଗୁଡିକ ପୁରଣ କରାଯିବ ବୋଲି କହିଥିଲେ । ପରେ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ. ପିତମ ବାଗ ଯୋଗଦେଇ କହିଥିଲେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଡିକାଲ ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଜରୁରୀ କାଳୀନ ଆମ୍ବଲାନସ ରଖାଯିବ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ଓ କଲେଜ ଛକରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ କରିବା ପାଇଁ ଆରଡି ଓ ଫିଡ୍ୟୁଡି ବିଭାଗର ଅଧିକାରୀ ମାନଙ୍କୁ କୁହାଯାଇଥିଲା । ସେହିପରି ଧାଡିରେ ଭକ୍ତ ମାନେ ଦର୍ଶନ କରିବା ପାଇଁ ବ୍ୟାରିକେଡ ନିର୍ମାଣ କରାଯିବ । ତା ଉପରେ ସିଲିଙ୍ଗ ସହିତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ । ବ୍ଳକ ଅଧ୍ୟକ୍ଷ ଦୂନୀଲ କୁମାର ପଣ୍ଡା କହିଥିଷଲ ଯେ ବାସୁକେରା, ବଜାର ମନ୍ଦିର ପଛପଟ, ଅସ୍ଥାୟୀ ପାକ୍ଂର୍ ସ୍ଥଳ ମାନଙ୍କରେ ଉଚ୍ଚ ସମ୍ପନ୍ନ ଆଲୋକୀକରଣ କରିବା ପାଇଁ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ କହିଥିଲେ । ସେହିପରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ , ଅଗ୍ନିଶମ, ସଫେଇ ଆଦି ସମ୍ପର୍କେ ଆଲେଚନା କରାଯାଇଥିଲା । ଏହି ଯାତ୍ରା ନଭେମ୍ବର ମାସ ୧୦ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ହେଉଥିବାରୁ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଙ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବହାର ରାଜ୍ୟରୁ କଳାକାର ମାନଙ୍କୁ ଆଣିବା ପାଇଁ କୁହାଯାଇଥିଲା । ଶେଷରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ମନ୍ଦିରରେ ଫୁଲ ସଜା ସହିତ ରଙ୍ଗୀନ ଆଲୋକ , ସାଉଣ୍ଡ ସହିତ ଉକ୍ତ ଯାତ୍ରାକୁ ଅତ୍ୟଧିକ ସରସ ସୁନ୍ଦର କରିବା ପାଇଁ ଯାହା ଆବଶ୍ୟକ ପଡିବ ତାହା ସେ ନିଜେ କରିବେ ବୋଲି ବୈଠକରେ ଘୋଷଣା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧୦/୨୦୨୪----୮,୫୦