Breaking News

ସମ୍ଭାବ୍ୟ ବାତ୍ୟାକୁ ନେଇ ବଣିକ ସଂଘର ସଚେତନତା ବାର୍ତ୍ତା




ଜଟଣୀ :-ଚଳିତ ମାସ ୨୪ ଓ ୨୫ ତାରିଖରେ ବାତ୍ୟା "ଦାନା' ର ଭୟ ଭୟତାକୁ ଆଖି ଆଗରେ ରଖି ଜଟଣୀ ବଣିକ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ ସହରର ବ୍ୟବସାୟ କରୁଥିବା ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ତଥା ଦୋକାନୀ ଭାଇମାନଙ୍କୁ ବାତ୍ୟା ସମୟରେ ଭୟଭୀତ ନ ହେବାପାଇଁ କହିଛନ୍ତି । ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ନିଜର ପରିବାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ବାର୍ତ୍ତା ଦେଇଛନ୍ତି l ତତ ସଙ୍ଗେ ସଙ୍ଗେ ବାତ୍ୟା ସମୟରେ ଏବଂ ବାତ୍ୟା ପରେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିକ୍ରୟ ଖାଦ୍ୟ ସାମଗ୍ରୀ କୁ ଚଢା ଦରରେ ବିକ୍ରୟ ନ କରିବାକୁ ଅନୁରୋଧ କରିଛନ୍ତି l ଯଦି କୌଣସି ଅସାଧୁ ବ୍ୟବସାୟୀ ଆବଶକୀୟ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଛନ୍ତି ତେବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରିହୋଇଥିବା ୧୧୨ କୁ କଲ କରି ନିକଟସ୍ଥ ପୋଲିସ ପ୍ରଶାସନ କୁ ଜଣାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ଯାହା ଫଳରେ ଅସାଧୁ ବ୍ୟବସାୟୀ ଆଇନ ଅନୁଯାଇ ଦଣ୍ଡିତ ହୋଇପାରିବେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୨୪/୧୦/୨୦୨୪----୧୧,୨୦ Sakhigopal News,24/10/2024

Blog Archive

Popular Posts