ତଥ୍ୟ ଦେଉନାହାନ୍ତି ନାଇଜର କର୍ତ୍ତୃପକ୍ଷ , ସୂଚନା ଅଧିକାର ନିୟମକୁ ବେଖାତିର
ଜଟଣୀ:- ସ୍ଥାନୀୟ ନାଇଜର ଭୁବନେଶ୍ୱରରେ କାର୍ଯ୍ୟରତ ରେଜିଷ୍ଟ୍ରାରଙ୍କ ହେଉନି ବଦଳି |ଆରମ୍ଭରୁ ଗାଦି ମାଡ଼ି ବସିଛନ୍ତି |ତେବେ ଏଭଳି ଘଟଣା ଜଣା ପଡିବା ପରେ ରେଜିଷ୍ଟ୍ରାର ଶ୍ରୀ ନାୟକ ଙ୍କର ନିଯୁକ୍ତି ଏବଂ ବଦଳି ସମ୍ପର୍କିତ ବିଭିନ୍ନ ତଥ୍ୟ ସୂଚନା ଅଧିକାର ବଳରେ ମଗାଯାଇଥିଲା |କିନ୍ତୁ ତଥ୍ୟ ନ ଦେଇ ବିଭ୍ରାନ୍ତ କରୁଛନ୍ତି ନାଇଜର ସିପିଆଇଓ ବା କେନ୍ଦ୍ରୀୟ ଜନସୂଚନା ଅଧିକାରୀ |ସୂଚନା ଅଧିକାର କର୍ମୀ ହୃଦାନନ୍ଦ କୋଦମାସିଂହ ଗତ. ତା ୧୦/୦୭/୨୪ ରେ ନାଇଜର ରେଜିଷ୍ଟ୍ରାର ଅଭୟ ନାୟକଙ୍କ ନିଯୁକ୍ତି ଏବଂ ବଦଳି, ସମ୍ପତ୍ତି ତାଲିକା, ରେଜିଷ୍ଟ୍ରାରଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ ସମ୍ପର୍କରେ ତଥ୍ୟ ମାଗିଥିଲେ |ଯାହାର ରେଜିଷ୍ଟ୍ରେସନ ନମ୍ବର *NSERC/R/24/00017* ଅଟେ | ଉତ୍ତରରେ ନାଇଜର ଜନ ସୂଚନା ଅଧିକାରୀ ତା ୧୮/୦୭/୨୪ ରେ ଏହାକୁ ସୂଚନା ଅଧିକାର ଧାରା 8(1)j ଦର୍ଶାଇ ତଥ୍ୟ ଦେଇନଥିଲେ |କିନ୍ତୁ ବାସ୍ତବରେ ସୂଚନା ଅଧିକାର ଧାରା 8(1)j ଅନୁସାରେ କେବଳ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିଗତ ତଥ୍ୟ ଦେବାକୁ ବାରଣ ରହିଥିବା ବେଳେ ନାଇଜର କର୍ତ୍ତୃପକ୍ଷ ନିଜର ନିଯୁକ୍ତି ବାବଦରେ ସୂଚନା ଦେବାକୁ ମନା କରିଦେଲେ |ତେବେ ସୂଚନା ଅଧିକାର କର୍ମୀ ହୃଦାନନ୍ଦ କୋଦମାସିଂହ ଏହାକୁ ନେଇ ନାଇଜର ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯେ କି ନିଜେ ଅଭୟ ନାୟକ ରହିଛନ୍ତି ତାଙ୍କୁ ଅପିଲ କରିଥିଲେ |ନିଜର ନିଯୁକ୍ତି ବାବଦରେ ପ୍ରଥମ ଅପିଲ କରାଯାଇଥିବାରୁ ଅଭୟ ନାୟକ ଜାଣିଶୁଣି ଏହାରେ ତଥ୍ୟ ନ ଦେଇ ଏଭଳି ସୂଚନା ଉପଲବ୍ଧ ନାହିଁ ବୋଲି ଉତ୍ତର ଦେଇଦେଲେ |ତେବେ ପ୍ରଥମ ଅପିଲ ପରେ ମଧ୍ୟ କୌଣସି ତଥ୍ୟ ନ ମିଳିବାରୁ ତା ୧୫/୧୦/୨୪ ରେ କେନ୍ଦ୍ରୀୟ ସୂଚନା କମିଶନ, ନୂଆଦିଲ୍ଲୀ ଙ୍କୁ ଏକ ଅଭିଯୋଗ ପଠାଯାଇଛି |
ଅନ୍ୟ ପଟେ ଜଟଣୀ ଠାରେ ନାଇଜର ଭୁବନେଶ୍ୱର ସ୍ଥାପିତ ହେବା ଦିନ ଠାରୁ ଅଭୟ କୁମାର ନାୟକ ରେଜିଷ୍ଟ୍ରାର ପଦବୀକୁ ମାଡ଼ି ବସିଥିବା ପଛରେ କି ପ୍ରକାର କାରଣ ରହିଛି ତାକୁ ନେଇ ଖୋଳତାଡ଼ ହେବାର ଆବଶ୍ୟକତା ରହିଛି ବୋଲି ସୂଚନା ଅଧିକାର କର୍ମୀ ଦାବି କରିଛନ୍ତି | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୧୦/୨୦୨୪----୯,୩୫ Sakhigopal News,22/10/2024