ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୪ ର ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀ ମାନେ ନାରୀଶିକ୍ଷା ଓ ନାରୀଶକ୍ତି ଉପରେ ସଂଗୀତ ମାଧ୍ୟମରେ ନୃତ୍ୟ ପରିବେଷଣ କରିଥିଲେ। ଏହା କୁ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ପଣ୍ଡା । ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ଭୋଇ ।ଏଥିରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଯୋଗ ଦେଇଥିଲେ ଓ ଚଳିତ ବର୍ଷ ଯେଉଁ ଝିଅ ମାନେ ଦଶମ ଶ୍ରେଣୀ ର ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ ସେହି ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୫୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ରାସେଶ୍ଵରୀ ଭୋଇ, ସଦସ୍ୟ ବଲରାମ ବାଗ, ଲଲିତ ବାରିକ ସଦସ୍ୟା ନମିତ ଭୋଇ ଓ ଅନ୍ୟାନ୍ୟ ସଦସ୍ଯ ସଦସ୍ୟା ମାନେ ଯୋଗ ଦେଇଥିଲେ। ପରିଶେଷରେ ବିଦ୍ୟାଳୟ ର ଛବିଳ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୦/୨୦୨୪----୯,୫୦ Sakhigopal News,22/10/2024