Breaking News

ଝରାପାଲି ଗ୍ରାମ ଠାରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ


 ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ଗ୍ରାମ ଠାରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ପ୍ରଥମେ ନିକଟସ୍ଥ ପୋଖରୀ ରୁ ମୁଖ୍ୟ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର ଓ ସହଯୋଗୀ ପଣ୍ଡିତ ମାନେ ପୂଜାର୍ଚ୍ଚନାକରି ୧୦୮କଳସ ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ କର୍ତ୍ତା ଭାବରେ ଲୋଚନ ଦନ୍ତା ଓ ଧର୍ମପତ୍ନୀ ରାଜେଶ୍ୱରୀ ଦନ୍ତା ଦାଇତ୍ବ ତୁଲାଉଛନ୍ତି ।ଏହି ଗଜଲକ୍ଷ୍ମୀ ପୂଜା କମିଟି ର  ସଭାପତି ଆଶିଷ ସାହୁ, ସଂପାଦକ ଆଲୋକ ପ୍ରଧାନ ଓ ପରାମର୍ଶଦାତା ଭାବେ ସୁବ୍ରତ କୁମାର ଚାନ୍ଦ, ଲତାଗିରି ନଈ, ପ୍ରଦୀପ ମହାକୁର, ମଧୁସୂଦନ ରାଉତ, ଅନ୍ୟାନ୍ୟ କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଛନ୍ତି। ଏହି କଳସ ଯାତ୍ରାରେ ଝରାପାଲି ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇ ଥିଲେ।  ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି। ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଆସି ଯୋଗଦାନ କରି ଗଜ ଲକ୍ଷ୍ମୀପୂଜା ସାମିଲ ହେବା ସହିତ ମାଁ ଆଶିଷ ଭିକ୍ଷା କରିଥିଲେ। ଏହି ସମୟରେ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗ୍ରାମର ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୦/୨୦୨୪----୮,୪୫ Sakhigopal News,16/10/2021

Blog Archive

Popular Posts