ବେଣାଗାଁ ଗ୍ରାମରେ ବିଶ୍ୱ ଖାଦ୍ୟ ଦିବସ ପାଳିତ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ୍ୟ କୃଷି ବିକାଶ ପରିଷଦ ପକ୍ଷରୁ କଣାସ ବ୍ଳକ ଅନ୍ତର୍ଗତ ବେଣାଗାଁ ଗ୍ରାମରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଉଛି । ଏହାକୁ ଜଣସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଗ୍ରାମ୍ୟ କୃଷି ବିକାଶ ପରିଷଦ ଅହରହ ଚେଷ୍ଟା ଜାରି ରଖିଛି । ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଦିଗପତି ବିଷ୍ଠୁ ଚରଣ ଦାସ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହନ୍ତାସିଂହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଧି ରାଉତରାୟ, ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ କୃଷି ସମ୍ବାଦ ସରବରାହ ବଂଶିଧର ଷଡଙ୍ଗୀ , ଆଇନଜୀବୀ ଭାଷ୍କରଜେନା ଓ ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଉଦ୍ୟାନ ରଘୁନାଥ ସାହୁ , ନଗେନ୍ଦ୍ର ନାଥ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇ କୌଣସି ଖାଦ୍ୟ ନଷ୍ଟ ନ କରିବା ଓ ସୁଷମ ଖାଦ୍ୟ ଖାଇବା ସୁସ୍ଥ ରହିବା ପାଇଁ ଉପସ୍ଥିତ ଥିବା ଜଣସାଧାରଣଙ୍କୁ କହିଥିଲେ । ସେହିପରି ଉକ୍ତ ଅନୁଷ୍ଠାନ ପକ୍ଷରୁ କୃଷକ ମାନଙ୍କର ହକ ପାଇଁ କୃଷକ ମାନଙ୍କୁ ଏକାଠି କରି କୃଷକ କ୍ଳବ ଗଠନ କରିବା, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା, ଖାଦ୍ୟ ପ୍ରକିୟା କରଣ କରିବା, ବିଶେଷ କରି ଛତୁ, ଫୁଲ ଓ ଉନ୍ନତ ଧରଣର ଧାନ ଚାଷ କରିବାରେ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରି ଅନୁଷ୍ଠାନ ଅନେକଥର ପୁରଷ୍ୃତ ହୋଇଛି ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ପାହନ୍ତାସିଂହ କହିଛନ୍ତି । ଏହି ଅବସରରେ ସୁଷମ ଖାଦ୍ୟ ପ୍ରଦର୍ଶନୀ କରାଯିବା ସହ ଉନ୍ନତ ଧରଣର କୃଷି ଯନ୍ତ୍ରପାତି ପ୍ରଦର୍ଶନୀ କରାଯାଇଥିଲା । ପରେ ପରେ ଗ୍ରାମର କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର କୋଷାଧ୍ୟକ୍ଷ ସଂଯୁକ୍ତା ପାହନ୍ତାସିଂହ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୦/୨୦୨୪-----୮,୧୦ Sakhigopal News , 16/1/2024