ଖେଳ ପଡିଆରେ ଅସ୍ଥାୟୀ "ବାଣ ବଜାର " କୁ ନେଇ ଜନ ଅସନ୍ତୋଷ , ସହରରେ ଆଇନାଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ?
ଜଟଣୀ -ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ସ୍ଥାନୀୟ ପ୍ରଶାସନ ତରଫରୁ ପବିତ୍ର "ଦୀପାବଳୀ' ପର୍ବକୁ ଆଖିଆଗରେ ରଖି ଅସ୍ଥାୟୀ ବାଣ ବଜାର ପାଇଁ ଅନୁମତି ପ୍ରଦାନକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଯାଇଅଛି l ସୂଚନା ମୁତାବକ ସହରର ଜନସଧାରଣଙ୍କ ସ୍ୱାସ୍ଥ୍ୟର ହିତ ଦୃଷ୍ଟିରୁ ତଥା ଛାତ୍ରଛାତ୍ରୀଙ୍କ କ୍ରୀଡାର ବିକାଶ ପାଇଁ ୨୦୦୯ ମସିହାରେ ପୂର୍ବତନ ବିଧାୟକ ସ୍ବର୍ଗତ ଶରତ ଚନ୍ଦ୍ର ପାଇକରାୟ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟର ନାମରେ ଥିବା ଜମିରେ ନିଜ ନାମରେ ପ୍ରତିଷ୍ଠା କରିଥିଲେ "ଶରତ ପାଇକରାୟ ଷ୍ଟାଡିୟମ ' l ଏହି ଷ୍ଟାଡିୟମ ନିର୍ମାଣରେ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଏବଂ ସରକାରୀ ଅନୁଦାନ ବ୍ୟୟ କରାଯାଇ ଷ୍ଟାଡିୟମ ପରିସରରେ କାର୍ଯ୍ୟାଳୟ ସାଙ୍ଗକୁ ଖେଳାଳି ମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ପ୍ରକୋଷ୍ଠ ନିର୍ମାଣ କରାଯାଇଥିଲା l କ୍ରୀଡ଼ାବିତ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ ମାନେ ସକାଳ ଏବଂ ସନ୍ଧ୍ୟାରେ ନିଜର ସ୍ୱାସ୍ଥ୍ୟ ପାଇଁ ଭ୍ରମଣ କରୁଥିଲେ l ଧୀରେ ଧୀରେ ସ୍ଥାନୀୟ ଯୁବ ଗୋଷ୍ଠୀ ସମୂହ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜର ସ୍ୱାର୍ଥ ପାଇଁ ସ୍ଥାନୀୟ ଅସାଧୁ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ୨୦୧୩ ମସିହାରୁ ପ୍ରତିବର୍ଷ ଷ୍ଟାଡିୟମ ରେ ଗଣେଶ ମହୋତ୍ସବ କରି ବର୍ତ୍ତମାନ ଷ୍ଟାଡିୟମ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ଚଳିତ ବର୍ଷ ଏହି ଖେଳ ପଡିଆରେ ଅସ୍ଥାୟୀ "ବାଣ ବଜାର' କରିବା ପାଇଁ ଅନୁମତି ପ୍ରଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି l ଶରତ ପାଇକରାୟ ଷ୍ଟାଡିୟମର ଚତୁଃ ପାର୍ଶ୍ୱରେ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ଜଟଣୀ ମହାବିଦ୍ୟାଳୟ, ସେଞ୍ଚୁରୀୟାନ କଲେଜ,ଆଦର୍ଶ ବିଦ୍ୟାଳୟ ସାଙ୍ଗକୁ ଜନବସତି ଥିବା ସତ୍ୱେ ସ୍ଥାନିୟ ପ୍ରଶାସନ କିଭଳି ଭାବେ ଅସ୍ଥାୟୀ ବାଣ ବଜାର ପାଇଁ ଅନୁମତି ପ୍ରଦାନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି?। ଯଦି କୌଣସି ଦୈବାତ କାରଣରୁ ଦୁର୍ଘଟଣା ଘଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ ଦାୟୀ ରହିବେ ବୋଲି ସ୍ଥାନୀୟ ବିଦ୍ଧିଜୀବୀ ମତ ପୋଷଣ କରିଛନ୍ତି l
କେଉଁ ନିୟମ ଆଧାରରେ ଜନବସତି, ଶିକ୍ଷାନୁଷ୍ଠାନ ନିକଟରେ ବିସ୍ଫୋରକ ଭଳି ବାଣ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ କରାଗଲା l କାହା ସ୍ୱାର୍ଥରେ ବାଣ ବ୍ୟବସାୟ l ପ୍ରଶାସନ ସମ୍ପୂର୍ଣ ଅନ୍ଧ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଏବଂ ଆଇନଜୀବୀ ମାନେ ପ୍ରଶ୍ନ କରିଛନ୍ତି l ଛାତ୍ରଛାତ୍ରୀ ତଥା ଜନସାଧାରଙ୍କ ହିତ ଦୃଷ୍ଟିରୁ ଅସ୍ଥାୟୀ ବାଣ ବ୍ୟବସାୟକୁ ସହରର ଦୁରବର୍ତ୍ତୀ ଖୋଲା ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ସାଧାରଣରେ ଦାବି ଉଠିଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧୦/୨୦୨୪-----୧୧,୨୦ Sakhigopal News,24/10/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧୦/୨୦୨୪-----୧୧,୨୦ Sakhigopal News,24/10/2024