Breaking News

ପୁଅ ଝିଅ ଥାଇ ବାପା ଅଲୋଡ଼ା.. ଶବ ସତ୍କାର କଲା ସୋଛ୍ବାସେବୀ ନିଷ୍ଠା ପରିବାର



ବରଗଡ -----
ବରଗଡ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗ୍ରାମ ର କେନାଲ ହିଡ଼ ରେ ବସବାସ କରୁଥିଲେ ଲରମ୍ ସୁନା ବୟସ ୭୫ବର୍ଷ ଓ ତାଙ୍କ ପତ୍ନୀ ଭାରତୀ ସୁନା ବୟସ ୬୫ବର୍ଷ। ଉଭୟ ଙ୍କ ର ରହିବା ପାଇଁ ଘର ଖଣ୍ଡେ ବି ନ ଥିଲା ତାଙ୍କ ପାଇଁ ବିଗତ ଦିନରେ ଏକ ଘର ତିଆରି କରିଥିଲା ନିଷ୍ଠା ପରିବାର। ଗତ ବର୍ଷ ଲରମ୍ ସୁନା ଙ୍କ ପତ୍ନୀ ଭାରତୀ ସୁନା ଙ୍କ ର ମୃତ୍ୟୁ ହୋଇଥିଲା । ଘରେ ଏକା ରୁହଥିଲେ ଲରମ୍ ସୁନା । ତାଙ୍କ ର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।  ଝିଅ ବାହା ହେଲା ପରେ ଇଟା ଗଢ଼ିବା ପାଇଁ ବାହାର ରାଜ୍ୟ କୁ ଯାଇଥିବା ବେଳେ ପୁଅ ର ମାନସିକ ସ୍ଥିତି ଠିକ୍ ନ ଥିବାରୁ ଦିର୍ଘ ଦିନ ରୁ ଘରୁ କେଉଁ ଆଡେ ଚାଲିଯାଇଛି ।ଲରମ୍ ସୁନା ଭଲ ଭାବରେ ଶୁଣି ପାରନ୍ତି ନାହିଁ, କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଏକା ଘରେ ପଡ଼ି ରହିଥିଲେ। ପଡାବାସୀ ତାଙ୍କୁ ଖାଦ୍ୟ ପେୟ ଯୋଗାଇ ଦେଉଥିଲେ। ପଡାବାସୀ ଆମ ନିଷ୍ଠା ପରିବାର କୁ ଫୋନ ମାଧ୍ୟମ ରେ ଖବର ଦେଲେ ଯେ ଲରମ୍ ସୁନା ଅତ୍ୟନ୍ତ ଅସୁସ୍ଥ ଅଛନ୍ତି । ତାଙ୍କୁ ଚିକିତ୍ସା ର ଆବଶ୍ୟକତା ଅଛି।ଦୀର୍ଘ ତିନି ମାସ ତାଙ୍କର ଚିକିତ୍ସା କଲା ପରେ ତାଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହେଇଥିଲା।ପାଣି ଟିକେ ଦେବା ପାଇଁ ପାଖରେ ନାଁ ଥିଲା ପୁଅ ନାଁ ଥିଲା ଝିଅ।ସମସ୍ତେ ଥାଇ ଅସହାୟ ଜଣେ ବୃଦ୍ଧ ବାପା ।ବାପା ର ମୃତ୍ୟୁ ଖବର ଆନ୍ଧ୍ର ପ୍ରଦେଶ ରେ ଥିବା ଝିଅ ସୁକାନ୍ତି ସୁନା କୁ ଦିଆଯାଇଥିଲା ହେଲେ ଝିଅ ଆନ୍ଧ୍ର ପ୍ରଦେଶ ରୁ ଆସିଲା ସତ କେବଳ ମୃତ ବାପା ର ମୁହଁ ଦେଖି ଓ ନିଷ୍ଠା ପରିବାର କୁ ଧନ୍ୟବାଦ ଦେଇ ତୁରନ୍ତ ଡାକ୍ତରଖାନା ପରିସରରୁ ଉଭାନ ହୋଇଗଲା ଝିଅ ସୁକାନ୍ତି ଓ ଜ୍ବାଇଁ। ଶବ ସତ୍କାର ପାଇଁ ମଧ୍ୟ ତା ପାଖ ରେ ସମୟ ନ ଥିଲା। ଏ ସବୁ ଦେଖିଲା ପରେ ଏକ ପ୍ରଶ୍ନ ଆସେ ଯେ ଆମ ସମାଜ ର ଗତି କୁଆଡେ...। ତାପରେ ସସମ୍ମାନେ ମୃତ ଲରମ ସୁନା ଙ୍କ ଶବ ସତ୍କାର କରିଥିଲା ନିଷ୍ଠା ପରିବାର। ସ୍ୱର୍ଗତ ଲରମ ଙ୍କ ଚିକିତ୍ସା ଠୁ ନେ଼ଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ତୁଲାଇଥିଲା ନିଷ୍ଠା ପରିବାର। ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ମାନସ ମେହେର ଓ ରାକେଶ ବାରିକ ଉପସ୍ଥିତ ଥିଲେ। ଅଂଚଳରେ ନିଷ୍ଠା ପରିବାର ଏତାଦୃଶ କାର୍ଯ୍ୟ ପାଇଁ ପ୍ରଶଂସା ଛୁଟି ବାରେ ଲାଗିଛି। 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୧୦/୨୦୨୪----୧୧,୪୫ Sakhigopal News 24/10/2024

Blog Archive

Popular Posts