Breaking News

ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଗଜଲକ୍ଷ୍ମୀ ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ   ଗଜଲକ୍ଷ୍ମୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ରେ କଳସ ଯାତ୍ରା ରେ ଗାନ୍ଧୀଜୀପଡା ର ସମସ୍ତ ମହିଳା, ପୁରୁଷ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ସାମିଲ ହୋଇଥିଲେ।ପୂର୍ଣ୍ଣ କଳସ ଆଣି ପୂଜାସ୍ତଳରେ ସ୍ଥାପନ କରାଯାଇଥିଲା ।  ପଣ୍ଡିତ  ଗୁନଡୁ ରୀତିନୀତି ଅନୁସାରେ ହୋମଯଜ୍ଞ ପୂଜା କାର୍ଯ୍ୟ ତୁଲାଇଥିଲେ।  କର୍ତା ଭାବରେ ଭୀମ ହରିପାଲ ଓ ଧର୍ମପତ୍ନୀ ଭାରତୀ ହରିପାଲ ପୂଜା କାର୍ଯ୍ୟ ତୁଲାଇଛନ୍ତି।ଏହି ଅବସରରେ ଗାନ୍ଧୀଜୀ କ୍ଲବ ର ଜିତୁ ମହାନନ୍ଦ, ଶକ୍ତି ଦୀପ,ଜିତା ମହାନନ୍ଦ, ଜାନକୀ ଦୀପ, ହେମନ୍ତ ବାରିକ, ଅରୁଣ ଗରୁଡ, ମକୁନ୍ଦ ହରିପାଲ, ଓ ଅନ୍ୟାନ୍ୟ ସମସ୍ତେ ପୂଜା କାର୍ଯ୍ୟ ରେ ସହଯୋଗ କରୁଛନ୍ତି। ପ୍ରତି ଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ସମସ୍ତ  ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ  ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧୦/୨୦୨୪-----୮,୪୫ Sakhigopal News,19/10/2024

Blog Archive

Popular Posts