ବେନିୟମ ନିର୍ମାଣଧୀନ ମାର୍କେଟ କମ୍ପ୍ଲେକ୍ସ ରୁ ଲକ୍ଷାଧିକ ଟଙ୍କାର ବାଣ ଜବତ
ଜଟଣୀ :--ସ୍ଥାନୀୟ ସୀତାରାମ ଛକ ସ୍ଥିତ "ସେଣ୍ଟ ଜନ ଚର୍ଚ୍ଚ "ପଡିଆରେ ନିର୍ମିତ ବେଆଇନ "ମାର୍କେଟ କମ୍ପ୍ଲେକ୍ସ'ରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ l ସୂଚନା ମୁତାବକ ସ୍ଥାନୀୟ ପ୍ରଭାବ ଶାଳୀ ବ୍ୟକ୍ତି ସୁଶାନ୍ତ କୁମାର ପାଇକରାୟ ଏବଂ ଅନାଥ ପଟ୍ଟନାୟକ ଏହି ଚର୍ଚ୍ଚ ପଡିଆକୁ କଟକ ସ୍ଥିତ ବିଶପ "ସୁରେନ୍ଦ୍ର କୁମାର ନନ୍ଦ " ଙ୍କୁ ହାତ କରି ବେଆଇନ ଭାବେ "ସେଣ୍ଟ ଜନ ଚର୍ଚ୍ଚ 'ପଡିଆର କିଛି ଜମି ଅକ୍ତିଆର କରି ଜନ ସାଧାରଣଙ୍କ ଠାରୁ ଅଗ୍ରିମ ଲକ୍ଷ ଲକ୍ଷ ଟଙ୍କା ନେଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଥିଲେ l ଏହାକୁ ନେଇ ୧୯୯୪ ମସିହାରୁ ବିବାଦ ଉପୁଜି ସୁପ୍ରିମ କୋର୍ଟରେ ମାମଲା ରୁଜୁ ହୋଇ ବିଚାର ଧୀନ ହୋଇ ରହିଛି l ଏହି ବିବାଦ ଉପରେ ସେ ସମୟର ଜିଲ୍ଲାପାଳ ୨୯/୧୦/୨୦୧୯ ମସିହାରେ ଖୋଦ ଉପସ୍ଥିତିରେ ଏହି ମାର୍କେଟ କମ୍ପ୍ଲେକ୍ସ କୁ ସିଲ କରି କୌଣସି କାର୍ଯ୍ୟ ନ କରିବା ପାଇଁ ତାଗିଦ କରିଥିଲେ l କିନ୍ତୁ ଦୁଇ ପ୍ରଭାବ ଶାଳୀ ବ୍ୟକ୍ତି ଏଥିପ୍ରତି ବୃକ୍ଷେପ ନକରି ସମସ୍ତ ପ୍ରକାର ବେଆଇନ କାର୍ଯ୍ୟ ଧୀରେ ଧୀରେ ଚଳାଇ କିଛି ସ୍ଥାନୀୟ ବ୍ୟବସାୟୀଙ୍କୁ ମାର୍କେଟ କମ୍ପ୍ଲେକ୍ସର କିଛି ଘରକୁ ଭଡା ସୂତ୍ରରେ ଦେଇ ଟଙ୍କା ରୋଜଗାର କରି ଚାଲିଲେ l ଏହାକୁ ନେଇ ମଧ୍ୟ ୨୯/୦୨/୨୦୨୪ ରୁ ସୁପ୍ରିମ କୋର୍ଟର ମାମଲା ଶୁଣାଣିର ତାରିଖ କୁ ଚକ୍ରାନ୍ତ କରି କୋର୍ଟରେ ଉପସ୍ଥିତ ନ ରହି ନିଜର କଳବଳ ଲଗାଇ ଶୁଣାଣିକୁ ସ୍ଥଗିତ ରଖି ଚାଲିଛନ୍ତି l କିନ୍ତୁ ଭଗବାନଙ୍କ ବିଡମ୍ବନା ସେହି ମାର୍କେଟ କମ୍ପ୍ଲେକ୍ସରୁ ଆଜି ଜଟଣୀ ପୋଲିସ ବେଆଇନ ଭାବେ ବାଣ ଗଛିତ ରଖିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରି ଗାଡି ସହ ଲକ୍ଷାଧିକ ଟଙ୍କାର ବାଣ ଏବଂ ଦୁଇ ଅଭିଯୁକ୍ତ ବାଲିଚ୍ଛକ ସାହିର ଦୁର୍ଯ୍ୟଧନ ସାହୁ ଓ ନିରଞ୍ଜନ ପୁରର ସନ୍ତୋଷ ଗୁରୁ ଙ୍କୁ ଗିରଫ କରି ଓଡିଶା ଅଗ୍ନିକାର୍ଯ୍ୟ ଏବଂ ଉଚ୍ଚ ସ୍ୱର ଶବ୍ଦ ପଦୂଷଣ ନିୟମ ୧୯୫୮ ଧାରାରେ କେସ ନଂ ୪୩୮/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ଏଠି ପ୍ରଶ୍ନ ଉଠେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ବୃକ୍ଷେପ ନ କରି ଏବଂ ସୁପ୍ରିମକୋର୍ଟ ର ଆଦେଶକୁ ଅବମାନନା କରି ଏଭଳି ବେଆଇନ କାର୍ଯ୍ୟ କିପରି ଚାଲିଛି ତାହା ତଦନ୍ତ ସାପେକ୍ଷ ବୋଲି ଜଟଣୀ ବୁଦ୍ଧିଜୀବୀ ମାନେ କହନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୦/୨୦୨୪---୭,୨୫ Sakhigopal News,27/10/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୦/୨୦୨୪---୭,୨୫ Sakhigopal News,27/10/2024