Breaking News

ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ପୂଜା ; ୩୧ ତାରିଖ ମଧ୍ୟାହ୍ନ ରାତିରେ କାଳୀପୂଜା , ୧ ତାରଖ ଦିନ ପୂବାହ୍ନରେ ସାହାଣମେଲା ଦର୍ଶନ


   ସାକ୍ଷୀଗୋପାଳ---- ପ୍ରସିଦ୍ଧ ତନ୍ତ୍ରମନ୍ତ୍ର ପୀଠ ଭାବେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା ଦକ୍ଷିଣକାଳୀ  ବେଶ ପରିଚିତ । ବର୍ଷକ ସାରା ପଟ ଚିତ୍ରରେ ପୂଜା ପାଉଥିବା ବେଳେ ବର୍ଷକୁ ଥରେ ମା ଦକ୍ଷିଣକାଳୀ ମୃଣ୍ମୟୀ ମୂର୍ତ୍ତିରେ ପୂଜା ପାଇଥାନ୍ତି । ମାଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ କାତ୍ତିକ ମାସ ଦୁତୀୟ ଦିବସରେ ମାଟି ସଂଗ୍ରହ କରାଯାଇଛି । ପରମ୍ପରା ଅନୁଯାୟୀ  ବୀରଗୋବିନ୍ଦପୁର ନିକଟସ୍ଥ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଥିବା ମାଙ୍କ ମହାସଶ୍ମାନ ବା କାଳିକା ପଡିଆରୁ ରୁ ମାଟି ସଂଗ୍ରହ କରାଯାଇଥାଏ । ଆଜି ସକାଳୁ ମାଙ୍କର ଦ୍ୱାରଫିଟା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଘଟସ୍ଥାପନ, ଘଟପୂଜା, ବାଳଧୂପ ପରେ ପରେ ମାଙ୍କ ଠାରୁ ଆଜ୍ଞାମାଳା ସହିତ  ମୁଖ୍ୟ ପୂଜକ ପ୍ରଫୁଲ ଚନ୍ଦ୍ର ଦୀକ୍ଷିତ ଘଣ୍ଟି ବଜାଇ ଗ୍ରାମ ଦେଇ ମହାସଶ୍ୱାନକୁ ଆସିଥିଲେ ।  ମାଙ୍କ ମାଟି ସଂଗ୍ରହ ପାଇଁ ଗୁପ୍ତ ପୂଜାରେ ପୂଜକ ପ୍ରଫୁଲଙ୍କୁ ସହଯୋଗ କରିଥିଲେ ଅଗାଧୁ ଦୀକ୍ଷିତ । ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ନନ୍ଦ, କାଶିନାଥ ମିଶ୍ର, ଦେବୀ ପ୍ରସାଦ ଦୀକ୍ଷିତ ,ଶେଷ ଦେବ ନନ୍ଦ ଓ ଗ୍ରାମର କୋଠ ସଭାପତି ଆଦିତ୍ୟ ନନ୍ଦ ଓ ସମ୍ପାଦକ ଅଭିନାଷ ଆଚାର୍ଯ୍ୟ  ପ୍ରମୁଖ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ମନ୍ଦିର ଠାରୁ ଯାଇଥିଲେ । ସେଠାରେ ମୁଖ୍ୟ ପୂଜକ ପରମ୍ପରା ଅନୁଯାୟୀ ମାଙ୍କ ମାଟି ସଂଗ୍ରହ ପାଇଁ ଗୁପ୍ତ ନୀତିକାନ୍ତି କରିବା ପରେ  ମାଟି ସଂଗ୍ରହ କରାଯାଇଥିଲା । ଆଜି ଠାରୁ ମାଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ମାନସିକ ଭୋଗ, ବ୍ରତ, ପିଲାଙ୍କ ଜନ୍ମପୂଜା, ବିଭିନ୍ନ ଭୋଜିଭାତ ମାଙ୍କର ଶାନ୍ତି ପାଣି  ବା ଶାନ୍ତିପୂଜା ନ ହେବା ପର୍ଯ୍ୟନ୍ତ ବନ୍ଦ ରହିବ । ଆଜି ଠାରୁ ମୁଖ୍ୟ ପୂଜକ ପ୍ରଫୁଲ ଚନ୍ଦ୍ର ଦୀକ୍ଷିତ  ହବିଷନ୍ନାରେ ରହିବେ । ଗ୍ରାମର କିଛି ପୂଜକ ମଧ୍ୟ ହବିଷନ୍ନାରେ ରହନ୍ତି ବୋଲି ଜଣାପଡିଛି । ୩୧ ତାରିଖ ମଧ୍ୟାହ୍ନ ରାତ୍ରରୁ ମାଙ୍କ କାଳୀପୂଜା ନୀତିକାନ୍ତି ଆରମ୍ଭ ହେବ । ୧ ତାରିଖ ଦିନ ୧୦ଟା ପରେ ମାଙ୍କ ସାହଣମେଲା ଦର୍ଶନ ମିଳିବ ବୋଲି ପୂଚକ କାଣିନାଥ ମିଶ୍ରଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୦/୨୨୪----୭,୧୦    Sakhigopal News, 19/10/2024

Blog Archive

Popular Posts