ବେନିୟମ ଭାବେ ଗଢ଼ା ଚାଲିଛି ମାର୍କେଟ କମ୍ପ୍ଲେକ୍ସ ସାଙ୍ଗକୁ ଆପାର୍ଟମେଣ୍ଟ , ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା
ଜଟଣୀ - ସହରରେ ବେଆଇନ ଭାବରେ ଗଢ଼ା ଚାଲିଛି ମାର୍କେଟ କମ୍ପ୍ଲେକ୍ସ ସାଙ୍ଗକୁ ଆପାର୍ଟମେଣ୍ଟ l ସେ ସବୁ କାର୍ଯ୍ୟକୁ ଅଣଦେଖା କରୁଛି ସ୍ଥାନୀୟ ପ୍ରଶାସନ l ଅସୁବିଧା ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ କୋମାରେ l ସୂଚନା ମୁତାବକ ଓଡିଶା ସରକାରଙ୍କ ବିଡିଏ ଏବଂ ଓଡିଶା ରୟାଲିଷ୍ଟେଟ ଆକ୍ଟ ର ଅନୁମତି ଆଣି ମାର୍କେଟ କମ୍ପ୍ଲେକ୍ସ, ଆପାର୍ଟମେଣ୍ଟ, ଡୁପ୍ଲେକ୍ସ ତିଆରି କରି ବିକ୍ରି କରିବାର ନିୟମ ରହିଅଛି l ତତ ସଙ୍ଗେ ସଙ୍ଗେ ପୌରପରିଷଦ ଅଧୀନରେ ଥିଲେ ପୌରପରିଷଦ ରୁ ଅନୁମତି ଏବଂ ଅଗ୍ନିନିର୍ବାପକ କାର୍ଯ୍ୟାଳୟ, ପଦୂଷଣ ବିଭାଗ, ଜଳ ଯୋଗାଣ ବିଭାଗ, ନଳକୂପ ଖନନ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ ରୁ ମଧ୍ୟ ଅନୁମତି ଆଣିବାର ନିୟମ ଅଛି l କିନ୍ତୁ କୌଣସି ବିଭାଗର ଅନୁମତି ନ ଥାଇ ବେଆଇନ ଭାବେ ଏ ସବୁ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ଆଶ୍ଚର୍ଯ୍ୟ ବିଷୟ l ନିର୍ମାଣଧୀନ ମାର୍କେଟ କମ୍ପ୍ଲେକ୍ସ ଗୁଡିକର ଉପଯୁକ୍ତ ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ଆସୁଥିବା ଗ୍ରାହକମାନେ ମୁଖ୍ୟ ରାସ୍ତାରେ ଯାନବାହାନ ରଖିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ନିର୍ମାଣଧୀନ ଆପାର୍ଟମେଣ୍ଟ ଗୁଡିକର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବାରୁ ବ୍ୟବହାର ଦୂଷିତ ଜଳକୁ ନିଷ୍କାସିତ ପାଇଁ ବେଆଇନ ଭାବେ ପୌରପରିଷଦ ଦ୍ୱାରା ନିର୍ମିତ ଡ୍ରେନକୁ ଛାଡିବା ହେତୁ ସହରର ପରିବେଶ ଦୂଷିତ ହେଉଛି l ଦୁଃଖର ବିଷୟ ଓଡ଼ିଆ ଜାତିର ଆରାଧ୍ୟ୍ୟ ଦେବତା ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ଶହ ଶହ ଏକର ଜମି କୁ ମଧ୍ୟ କିଛି ଦୁର୍ବୁତ୍ତ ଏବଂ ଜମି ଦଲାଲ ମାନେ ନିଜ ଅକ୍ତିଆରକୁ ଆଣି ଯଥା -କୁଦିଆରୀ ମୌଜା ଅନ୍ତର୍ଗତ ମଧୁସୂଦନ ନଗର, ବାଲିଚ୍ଛକ ସାହି, ମୁଣ୍ଡିଆ ସାହି, ରାଜାବଜାର, କୁଦିଆରୀ ଗ୍ରାମ ପ୍ରଭୁତି ଅଂଚଳର ଜଗନ୍ନାଥ ଜମିରେ ବେଆଇନ ଭାବେ ପ୍ଳଟିଙ୍ଗ କରି ବିକ୍ରିକରିବା, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, କଲ୍ୟାଣ ମଣ୍ଡପ, ଗୋଦାମ ଗୃହ, ଶିଳ୍ପ କାରଖାନା, ବୃହତ୍ତର ଆପାର୍ଟମେଣ୍ଟ ଗୁଡିକର ନିର୍ମାଣ କାର୍ଯ୍ୟ ଅବାଧରେ ଚାଲିଛି l କିନ୍ତୁ ସମସ୍ତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛନ୍ତି l ସହରରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ବିଡିଏ ବିଭାଗର ଇନ୍ଫୋର୍ସମେଣ୍ଟ ଦଳ କରୁଛନ୍ତି କଣ ?।ଏମାନଙ୍କର କାର୍ଯ୍ୟାନୁଷ୍ଠାନ କେବେ ?। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ନୂତନ ଓଡିଶା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବେଆଇନ ଭାବେ ନିର୍ମିତ ସମସ୍ତ କାର୍ଯ୍ୟ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିରୀହ ଜନତା ଉପକୃତ ହେବେ ବୋଲି ସ୍ଥାନୀୟ ବିଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୦/୨୦୨୪----୯,୩୫ Sakhigopal News,16/10/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୦/୨୦୨୪----୯,୩୫ Sakhigopal News,16/10/2024