Breaking News

ନକଲି ମାଉଜର୍ ଦେଖାଇ, ଯୁବକ ଗିରଫ



ଭଞ୍ଜନଗର- ତାରାସିଙ୍ଗି ଥାନା ଅନ୍ତର୍ଗତ ତିରିଗୋଛା ଗାଁ ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ, ଜଣେ ଯୁବକ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ନିକଟସ୍ଥ କ୍ଷେତମୁଣ୍ଡୁଳି ଗାଁର ସୁଧିର ପାତ୍ର । ତା ଠାରୁ, ନକଲି ମାଉଜର୍ ଏବଂ ଗୋଟିଏ ବାଇକ୍ ଜବତ କରିଛି ତାରାସିଙ୍ଗି ଥାନା ପୋଲିସ । ତିରିଗୋଛା ଗାଁରେ ଏକ ଭୋଜି ଚାଲିଥିବା ବେଳେ ଦ୍ରୃତବେଗରେ ବାଇକ୍ ଚଳାଇ ଯାଉଥିବାରୁ, ଗାଁର କିଛି ଲୋକଙ୍କ ସହ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ସୁଧିର ଧରିଥିବା ନକଲି ମାଉଜର ଦେଖାଇ, ଲୋକଙ୍କୁ ଭୟଭୀତ କରିଥିଲା । ପରେ ସ୍ଥାନୀୟ ଲୋକେ ସଂପୃକ୍ତ ଯୁବକକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଏନେଇ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଗିରଫ କରିବା ସହ ନକଲି ମାଉଜର୍ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଥିବା ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୦/୨୦୨୪----୯,୪୫ Sakhigopal News,28/10/2024

Blog Archive

Popular Posts