Breaking News

ମହାଭୈରବୀ ବେଶରେ ମା ଦକ୍ଷିଣକାଳୀଙ୍କ ଦର୍ଶନ ମିଳିବ; ଗୁରୁବାର ମଧ୍ୟରାତ୍ରରେ ମା କାଳୀଙ୍କ ପୂଜା ଅନୁଷ୍ଠିତ


  


ସାକ୍ଷୀଗୋପାଳ,--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା’ ଦକ୍ଷିଣକାଳୀ ମହାଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଉକ୍ତ ପୀଠରେ ବର୍ଷକ ସାରା ପଟ୍ଟଚିତ୍ରରେ ମା ପୂଜିତ ହୋଇଥାନ୍ତି । ବର୍ଷକୁ ଥରେ ମାଙ୍କର ମୃଣ୍ଣୟୀ ମୂତ୍ତି ନୀତି ନିୟମ ବା ପରମ୍ପରା ଅନୁଯାୟୀ ପୂଜା କରାଯାଇଥାଏ ।  ଆଜି ମାଙ୍କ ମସ୍ତକ ଗଣ୍ଡି ସହିତ ଯୋଡି ହେଲା । ବିଶେଷ କରି ସଂଗ୍ରହ କରାଯାଇଥିବା ମାଟି ଆଜି ଲାଗି ହେବା ପରେ ସମସ୍ତ କାମ ଶେଷ ହୋଇଯାଇଛି । ଗୁରୁବାର ସକାଳେ ମାଙ୍କ ମୃଣୀୟ ମୂର୍ତ୍ତି ପାରମ୍ପାରିକ ରଙ୍ଗ ଦିଆଯିବା ପରେ ମଧ୍ୟ ରାତ୍ରରେ ମାଙ୍କ ପୂଜା ଅନୁଷ୍ଠିତ ହେବ । ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା କରାଯିବ ।  ମା ଏହି ଦିନ ମହାଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ମାତ୍ର ମାଙ୍କୁ ଦର୍ଶନ କରିବା ସମୟରେ ମା ବିସର୍ଜନ ହୋଇଯାଇଥାନ୍ତି । ମାଙ୍କର ଦ୍ରୂଆର ସାହାଣ ମେଲା ହେବା ସମୟରେ ମାଙ୍କ ନିକଟରେ ମାଙ୍କର ମୁଖ୍ୟ ପୂଜକପ୍ରଫୁଲ ଚନ୍ଦ୍ର ଦୀକ୍ଷିତ ଶାନ୍ତି ହୋମ କରିବା ସହିତ ମାଙ୍କୁ ବର୍ଷକ ପାଇଁ ବିଦାୟ ଦେଇଥାନ୍ତି । ତାଙ୍କୁ ପୂଜା କାର୍ଯ୍ୟରେ ସହଯୋଗ କରିବେ ଅଗାଧୁ ଦୀକ୍ଷିତ ।  ଅନ୍ୟ ସେବକ କାଣିନାଥ ମିଶ୍ର, ଦେବୀଦତ୍ତ ନନ୍ଦ, ଚନ୍ଦ୍ରଶେଖର ନନ୍ଦ, ଗଣେଶ ନନ୍ଦ, ସୌମ୍ୟରଞ୍ଜନ ନନ୍ଦ, ପ୍ରକାଶ ଚନ୍ଦ୍ର ରଥ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ପଣ୍ଡିତ ବିଶ୍ୱଭୂଷଣ ଆଚାର୍ଯ୍ୟ ପୂଜା କାର୍ଯ୍ୟରେ ସହଯୋଗ କରିବେ । ଗୁରୁବାର ମଧ୍ୟ ରାତ୍ରରେ ମଣ୍ଡଳ କରଣ, ଘଟଆବାହନ, ଘଟ ସ୍ଥାପନ, ମାଙ୍କ ଜୀବଦାନ, ପେକ୍ଷଣ, ପାରମ୍ପାରିକ ବଳି,  ବିସର୍ଜନ, ହୋମ । ବିଶେଷ କରି ମାଙ୍କ ପାଖରେ ମାଟି ହାଣ୍ଡିରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି, ଡାଲାମା, ପାଣିକଖାରୁ ଓ ସହିତ ଓଉ ଖଟା, ବିନା ପିଆଜ, ରସୁଣ, ଆଳୁ ନ ପଡି ମାଛ ବେସର, କ୍ଷୀରି, ପିଠା ଦୂଆମୁଗ ଆଦି ମାଙ୍କ ପାଖରେ ଭୋଗ କରାଯିବା ପରେ ଭକ୍ତ ମାନଙ୍କୁ ପ୍ରସାଦ ମିଳିଥାଏ । ଏହି ପରମ୍ପରା ପ୍ରତି ବର୍ଷ ହୋଇ ଆସୁଛି ବୋଲି ଗ୍ରାମ କୋଠର ସଭାପତି ଆଦିତ୍ୟ ନନ୍ଦ ଓ ସମ୍ପାଦକ ଶଶିଭୂଷଣ ଆଚାର୍ଯ୍ୟ  କହନ୍ତି । ସେହିପରି ଗ୍ରାମ କୋଠ ପକ୍ଷରୁ ରଙ୍ଗବେରଙ୍ଗ ଆଲୋକମାଳରେ ମାଙ୍କ ପୀଠ ଠାରୁ ୩୧୬ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ସଜାଯାଇଛି । ଉକ୍ତ ଯାତ୍ରାକୁ ସରସ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଅତିରିକ୍ତଏସପି ବିଷ୍ଠୁ ପ୍ରସାଦ ପତି, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଲିପିସା ରାୟ, ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର ସାହୁଙ୍କ ସହିତ ଗ୍ରାମକୋଠ , ଯୁବକସଂଘର ସଦସ୍ୟ ମାନେ ସହଯୋଗ କରିଛନ୍ତି । ମା’ ଦକ୍ଷିଣକାଳୀଙ୍କୁ ଯେ କୌଣସି ଭକ୍ତ ନିଷ୍ଠା ଓ ଭକ୍ତିର ସହିତ ଡାକିଲେ ମା ତା ପାଖରେ ଠିଆ ହୋଇଥାଏ ବୋଲି ପୂଜକ କାଶିନାଥ ମିଶ୍ର କହନ୍ତି । ଏପରିକି କିଛି ଭକ୍ତ ମାଙ୍କ ଆର୍ଶିବାଦ ନେଇ ବିଭିନ୍ନ କାର୍ଯ୍ୟରେ ସଫଳ ହୋଇଥିବା ନେଇ ସେ ମଧ୍ୟ କହନ୍ତି । 


ଧୀରେନ୍ଦ୍ର ସେନାପତି, ୩୦/୧୦/୨୦୨୪----୮,୨୦   Sakhigopal News, 30/10/2024

Blog Archive

Popular Posts