ବରଗଡ଼ --- ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସ୍ଥାନୀୟ ନର୍ସରୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଦିବଂଗତ ହୋଇଥିବା ଗୁରୁ ଏବଂ ସହପାଠୀ ମାନଙ୍କ ସ୍ମୃତି ରେ ଏକ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା l ପୁରାତନ ଛାତ୍ର ପ୍ରକାଶ ସାହୁ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପୁରାତନ ଛାତ୍ର ମାନଙ୍କ ତରଫରୁ ଅତୀତ ରେ ଶିକ୍ଷାଦାନ କରିଥିବା ଗୁରୁ ବୃନ୍ଦାବନ ପଧାନ, ଗୁରୁ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଏବଂ ଗୁରୁ ଗିରିଜାଶଙ୍କର ଆଚାର୍ଯ୍ୟ ଙ୍କୁ ପଦ ଧୌତ ପୂର୍ବକ ପୁଷ୍ପମାଲ୍ୟ ଏବଂ ଉପଢୌକନ ଓ ପଗଡି ପ୍ରଦାନ କରି ଗୁରୁ ମାନଙ୍କ ସୁସ୍ଥ ନିରାମୟ ଜୀବନ କାମନା ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ l ଉକ୍ତ ସଭା ରେ ପୁରାତନ ଛାତ୍ର ଶିକ୍ଷାବିତ ଗଜେନ୍ଦ୍ର ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ଭୋଇ, ଅଧ୍ୟାପକ ଦୁର୍ଗାପ୍ରସନ୍ନ ମହାନ୍ତି, ସାମ୍ବାଦିକ ସତ୍ୟଜିତ ପଧାନ, ଗୋବିନ୍ଦ ପଧାନ, ଶିଳ୍ପପତି ରାଜେଶ ଅଗ୍ରୱାଲ, ଆଇନଜୀବୀ ଦ୍ୟୁତିଶ ଆଚାର୍ଯ୍ୟ, ସମାଜସେବୀ ସତ୍ୟନାରାୟଣ ଦେବତା ପ୍ରମୁଖ ଅତୀତ ର ଶିକ୍ଷାଦାନ ବ୍ୟବସ୍ଥା ଏବଂ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ l ସମାଜ ପ୍ରତିଟି କ୍ଷେତ୍ରରେ ନିଜ ଶିଷ୍ୟ ମାନଙ୍କ ର ସଫଳତା ହିଁ ଗୁରୁମାନଙ୍କ ପ୍ରତି ଉପଯୁକ୍ତ ଗୁରୁଦକ୍ଷିଣା ଅଟେ ବୋଲି ଗୁରୁମାନେ ନିଜ ବକ୍ତବ୍ୟ ମାନଙ୍କରେ ମତ ପ୍ରକାଶ କରିବା ସହ ପୁରାତନ ଛାତ୍ରମାନଙ୍କ ର ଦ୍ୱାରା ଆୟୋଜିତ ଏହି ପୂଜ୍ୟପୂଜା ର ପରମ୍ପରା କୁ ଭୁୟସୀ ପ୍ରଶଂସା କରିଥିଲେ l ସଭାକାର୍ଯ୍ୟ ପରିଚାଳନା କରିଥିଲେ କବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ପରିଶେଷ ରେ ଧନ୍ୟବାଦ ଜ୍ଞାପନ କରିଥିଲେ ପୁରାତନ ଛାତ୍ର ଅଶୋକ ବେହେରା l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧୦/୨୦୨୪---୭,୪୫ Sakhigopal News, 15/10/2024
ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ
Reviewed by
sakhigopal news
on
06:58
Rating:
5