ବରଗଡ ଉପକଣ୍ଠ ଡାଙ୍ଗ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୫୧ୟୁନିଟ ରକ୍ତ ସଂଗ୍ରହ
ବରଗଡ଼ :- ବରଗଡ଼ ଉପକଣ୍ଠ ଡାଙ୍ଗ ଗ୍ରାମରେ ୨୬ତମ ଗଜଲଷ୍ମୀ ପୂଜା ଅବସରରେ ନେତାଜୀ ଯୁବକ ସଙ୍ଘ ଓ ସଂକଳ୍ପ ପରିବାର,ବରଗଡ଼ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ , ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ଶ୍ରୀ ସାଧୁ ନେପାକ, ଡି. ନାଗେଶ୍ୱର ରାଓ ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ୧୬ଜଣ ମହିଳା ରକ୍ତଦାତ ସମେତ ମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର ଟେକନିସିଆନ ଅମରଜିତ ମହାନ୍ତି, ଝରଣା ବାରିକ, ଅମନ ସେଠ କର୍ମଚାରୀଙ୍କ ଦ୍ଵାରା ସଂଗ୍ରହ କରାଯାଇଥିଲା । ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି ରମେଶ ଙ୍କ ତତ୍ୱାବଧାନରେ ପ୍ରତ୍ୟୁଷ ଷଡଙ୍ଗୀ ,ସିମରନ ପଧାନ, ରୁବିରାଣୀ ପାଢ଼ୀ, ବାସ୍ମତି ବଞ୍ଚର, ସୁରେନ ଭୁଏ, ଦେବେନ ଭୁଏ ,ଆକାଶ ପାଣ୍ଡେ , ଚନ୍ଦନ ପଧାନ, ଙ୍କ ସହିତ ନେତାଜୀ ଯୁବକ ସଂଘର ସାହିଲ ଥପା ଙ୍କ ସଭାପତିତ୍ୱରେ ଶଙ୍କର ଠେଲା, କରୁଣା ଭୋଇ, ମନୋଜ କୁମାର ମାଝୀ, ନିର୍ମଳ ଠେଲା, ଟିଙ୍କୁ ରାଉତ, ଆଶିଷ ପାଣିଗ୍ରାହୀ, ଆୟୁଷ ପାଣିଗ୍ରାହୀ, ସୁଜିତ ପାଣିଗ୍ରାହୀ, ହୃଷିକେଶ ବଗର୍ତ୍ତି, ରାଜୁ ବଗର୍ତ୍ତି, ପଞ୍ଚମ ଠେଲା ପ୍ରମୁଖ ଉପସ୍ଥିତ ରହି ଶିବିର କୁ ସଫଳ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୦/୨୦୨୪-----୮,୪୫ Sakhigopal News,18/10/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୦/୨୦୨୪-----୮,୪୫ Sakhigopal News,18/10/2024