Breaking News

ଥୁଆପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରୁ ଚୋରି, ଥାନାରେ ମାମଲା

ବରଗଡ଼ ----ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗତକାଲି ରାତିରେ ୨ଟି ଗ୍ୟାସ ଟାଙ୍କି, ଗୋଟିଏ ଗ୍ଯାସ ଚୁଲ୍ଲା, ପିତ୍ତଳ ଘଣ୍ଟି, ଘଣ୍ଟା, ଥାଳି, ଜାଗର, ୪ ସିଲିଂ ପଙ୍ଖା, ଗୋଟିଏ ଟେବୁଲ ପଙ୍ଖା, ୫ଟି ପ୍ଲାଷ୍ଟିକ ଚୌକି ଚୋରି ହୋଇ ଯାଇଛି। ଆଜି ଭେଡେନ ଥାନା ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ହରିଶ୍ଚନ୍ଦ୍ର ବାରିକ ଅଭିଯୋଗ କରିଛନ୍ତି। ଏହିପରି ଆଗରୁ ମଧ୍ଯ ଛୋଟ, ବଡ ଚୋରି ହେଇ ଆସୁଛି,ଫଳରେ ଜନ ଅସନ୍ତୋଷ ଦେଖାଯାଉଛି।ଥୁଆପାଲି, ୫ଟି ପଞ୍ଚାୟତର କେନ୍ଦ୍ରସ୍ଥଳ ଅଟେ ଯଥା ସଂକ୍ରିଡା, ଲୁପୁରସିଂହା, ଅରଯୁଂଡା, ରେମଣ୍ଡା ଅଂଚଳର ଏକ ବ୍ଯବସାୟୀ କେନ୍ଦ୍ର ସ୍ତଳ ଅଟେ । ଏହା ବ୍ୟତୀତ ୨ ଟି ବ୍ଯାଙ୍କ, ଡାକଘର, ସଂକ୍ରିଡା ସେବା ସମବାୟ ସମିତି, ସଂକ୍ରିଡା ରାଜସ୍ବ ବିଭାଗ ଅଫିସ ଅଛି। ଥୁଆପାଲି ଠାରେ ଏକ ଫାଣ୍ଡି ନିର୍ମାଣ ପାଇଁ ବହୁ ବର୍ଷ ଆଗରୁ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଜନ ପ୍ରତିନିଧି ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି । ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ଦାବି ହେଉଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୦/୨୦୨୪----୭,୨୫ Sakhigopal News,22/10/2024

Blog Archive

Popular Posts