Breaking News

ସ୍ଵାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

 
                                  
ଭଞ୍ଜନଗର -  ଗୋଵରାସ୍ଥିତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ପରିସରରେ  ସ୍ଵାଧିନତା ସଂଗ୍ରାମୀ ତଥା ଘୁମୁସରର ବରପୁତ୍ର ଗାନ୍ଧୀବାଦୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୪ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଉପ- ସଭାପତି ମନ୍ମଥ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଵା ସହ ତାଙ୍କର ସ୍କୃତି ଚାରଣ କରିଥିଲେ ।           ‌                     ବାଞ୍ଛାନିଧି ସ୍କୃତି କମିଟି ଗୋଵରା ଶାଖା ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡକ୍ଟର ଉଷା ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାଞ୍ଛାନିଧି ପଟ୍ଟନାୟକଙ୍କ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ଉପରେ ଗଭୀର ଆଲୋକପାତ କରିଥିବା ବେଳେ ଭଞ୍ଜନଗର କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃର୍ତ୍ତିଵାସ ଵିଶ୍ବାଳ, ସ୍ଵର୍ଗତ ବାଞ୍ଛାନିଧି ପଟ୍ଟନାୟକଙ୍କ ନାତି ସୁଜତ ପଟ୍ଟନାୟକ,  ଶିକ୍ଷାବିତ୍ ଲିଙ୍ଗରାଜ ଜେନା, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷୀକେଶ ଵିଶ୍ବାଳ, ଦୂରସଂଚାର ନିଗମର ପ୍ରାକ୍ତନ ସହକାରୀ ଯନ୍ତ୍ରୀ ଗୌରୀ ଶଙ୍କର ମିଶ୍ର,  ଶିକ୍ଷାବିତ୍ ତଥା ଓକିଲ ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପଟ୍ଟନାୟକଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ, ଗରୀବ ଅସହାୟ ମାନଙ୍କ ପ୍ରତି ସାହାଯ୍ୟ, ସହଯୋଗ ଉପରେ ଥିଵା ମହତ୍ କାର୍ଯ୍ୟାବଳୀ ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ‌   ବାଞ୍ଛାନିଧି ସ୍କୃତି କମିଟି, ଭୁବନେଶ୍ୱର ତରଫରୁ ଘୁମୁସରର ବିଶିଷ୍ଟ କଳାକାର ‌କାହ୍ନୁ ଚରଣ ଷଡ଼ଙ୍ଗୀ ଓ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉଷା ପାଢ଼ୀଙ୍କୁ "ବାଞ୍ଛାନିଧି ସ୍କୃତି ସମ୍ମାନ" ଓ "କୁନ୍ଦଲତା ସମାଜ ସେବା ସ୍କୃତି ସମ୍ମାନ- ୨୦୨୪"ରେ ସମ୍ମାନିତ କରାଯାଇଥିଲା  ।                  ବାଞ୍ଛାନିଧି ପଟ୍ଟନାୟକ ସ୍କୃତି କମିଟି ଗୋଵରାର ସଂଯୋଜକ ଵିଭୁପାଦ ଜେନା ସ୍ଵାଗତ ଭାଷଣ ଦେଉଥିବା ବେଳେ ସ୍କୃତି କମିଟି ସଂପାଦକ ଗୋପାଳ ଚନ୍ଦ୍ର ଲେଙ୍କା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।                                    ‌ କାର୍ଯ୍ୟକ୍ରମ ଆରମ୍ଭରେ ଗୋଵରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଵା ବେଳେ ବାଞ୍ଛାନିଧି ପଟ୍ଟନାୟକ ପ୍ରେମୀ ରାମକୃଷ୍ଣ ପାତ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୦/୨୦୨୪----୬,୧୦ Sakhigopal News,20/10/2024

Blog Archive

Popular Posts