ଶ୍ମଶାନଗୃହ କି ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ସତ୍ୟବାଦୀ/ଡେଲାଙ୍ଗ :ସ୍ୱାଧୀନତାର ୭୬ ବର୍ଷ ବିତିଥିଲେ ମଧ୍ୟ ଏବେବି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ମୌଜା ଏବଂ ଡେଲାଙ୍ଗ ବ୍ଲକ୍ କୁ କିଛି ସୀମା ଲାଗିଥିବା (ଚନ୍ଦ୍ରକୋଟ୍) ତାଳପଡା ଗାଁରେ ନାହିଁ ପକା ରାସ୍ତା କି ଶ୍ମଶାନ । ଖବର ମୁତାବକ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ନିକଟରେ ବୀରରାମଚନ୍ଦ୍ରପୁର ପଞ୍ଚାୟତ।ଉକ୍ତ ପଞ୍ଚାୟତର ଅଧିନସ୍ଥ ତାଳପଡ଼ା ଗାଁରେ ୧୦୦ ରୁ ଉର୍ଦ୍ଧ ପରିବାର ଲୋକେ ବସବାସ କରିଆସୁଛନ୍ତି। ସେହିପରି ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରୁ ୮ କିମି ଦୁରରେ ଅବସ୍ଥିତ ଜେନାପୁର ପଞ୍ଚାୟତ ଅଧିନସ୍ଥ ଥିଲେ ମଧ୍ୟ ଦୁର୍ଭାଗ୍ୟର ବିଷୟ ଯେ ରାଜ୍ଯ ସରକାର ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ଗଳିକନ୍ଦିରେ ପକ୍କା ରାସ୍ତା ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିବା ବେଳେ କିନ୍ତୁ ସେଠାକାର ବାସିନ୍ଦାମାନଙ୍କ ନିମନ୍ତେ ଗ୍ରାମ ମଧ୍ୟରୁ ଶ୍ମଶାନକୁ ଯିବା ପାଇଁ ଭଲ ପକା ରାସ୍ତାଟିଏ ନାହଁ l ଏପରିକି ବହୁବାର ଏହି ରାସ୍ତା ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ବିଧାୟକଙ୍କୁ ବାରମ୍ବାର ଗ୍ରାମବାସୀ ନେହୁରା ହୋଇ କହିଆସୁଥିଲେ ମଧ୍ୟ କେହି ତାଙ୍କର କଥାକୁ କର୍ଣ୍ଣପାତ କରୁନଥିବା ସେଠାକାର ଅଧିବାସୀ ମାନେ ଅଭିଯୋଗ କରିଛନ୍ତି ।ପଞ୍ଚାୟତ ନିର୍ବାଚନ ହେଉକି ବିଧାନସଭା ନିର୍ବାଚନ ସମୟରେ ସେଠାକୁ ଭୋଟ ଭିକ୍ଷା କରିବାକୁ ଯାଉଥିବା ସମୟରେ ରାସ୍ତା କରିଦେବୁ କହି କେବଳ ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକା ରାସ୍ତାଟିଏ ନିର୍ମାଣ ହୋଇନାହିଁ ଏହା ବାସ୍ତବିକ ଚିନ୍ତାର ବିଷୟ।ପରିତାପର ବିଷୟ ଗ୍ରାମ୍ୟ ମଧ୍ୟରୁ ଶ୍ମସାନ ତଥା ଚାଷ ଜମି ଅଭିମୁଖେ ଯାଇଥିବା ସରକାରି ରାସ୍ତାଟିକୁ ଜନୈକ ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ଅବରୋଧ କରିବା ଦ୍ୱାରା ଜନସାଧାରଣ ଉକ୍ତ ଗୋହିରୀ ରାସ୍ତା ଦେଇ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଡ଼ମ୍ବନାର ବିଷୟ ଗ୍ରାମରେ କାହାର ଦେହାନ୍ତ ହେଲେ ସେମାନଙ୍କୁ ଅଧ କିଲୋମିଟର ମାଟି କାଦୁଅ ରାସ୍ତାଦେଇ ଯିବାକୁ ପଡିଥାଏ। ସମ୍ବେଦନଶୀଳ ବିଷୟ ଶବଦାହ ପାଇଁ କୌଣସି ଗୃହ ନଥିବାରୁ ଅଧିକାଂଶ ନିକଟରେ ଥିବା କେନାଲ ବନ୍ଧ ଉପରେ ଶେଷ କୃତ୍ୟ ସମ୍ପନ୍ନ କରିବା ପାଇଁ ବାଧ୍ଯ ହୁଅନ୍ତି l ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀରେ ଆଜିକା ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ତାଳପଡା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଘୋର ନିନ୍ଦା କରିଛନ୍ତି।ତେବେ ଦେଖିବାକୁ ରହିଲା ଖବର ପ୍ରକାଶ ହେବାପରେ କେବେ ଦୃଷ୍ଟି ପଡିବ ମୋହନ ସରକାରଙ୍କର କିମ୍ବା ପ୍ରଶାସନିକ ଅଧିକାରୀଙ୍କର । ଉକ୍ତ ଗ୍ରାମ୍ୟ ଶ୍ମଶାନକୁ ପକା ରାସ୍ତା ନିର୍ମାଣ ଓ ଶ୍ମଶାନର ପୁନରୁଦ୍ଧାର କରିବାରେ ।ଏଥିପ୍ରତି ଉଭୟ ନିର୍ବାଚନ ମଣ୍ଡଳୀର ବିଧାୟକ, ପୁରୀ ଜିଲ୍ଲାପାଳ କିମ୍ବା ପ୍ରକଳ୍ପ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗ୍ରାମ ମଧ୍ୟରୁ ଶ୍ମଶାନକୁ ପକା ରାସ୍ତା ନିର୍ମାଣ କରାଇବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୦/୨୦୨୪-----୬,୨୦ Sakhigopal News,20/10/2024
ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୦/୨୦୨୪-----୬,୨୦ Sakhigopal News,20/10/2024