ସମାଜସେବୀ ସଂଘ ପକ୍ଷରୁ ମାଗଣା କମ୍ପ୍ୟୁଟର ଶିକ୍ଷା ପ୍ରଦାନ
ବରଗଡ --- ସମାଜସେବୀ ସଂଘ ବରଗଡ଼ ତରଫରୁ ମାଗଣା କମ୍ପ୍ୟୁଟର ଶିକ୍ଷା ସେବା ଦିଆ ଯାଉଛି । ଏହି କମ୍ପ୍ୟୁଟର ଶିକ୍ଷା ସେବା ବରଗଡ଼ ଜିଲ୍ଲା ର ୧୨ ଟି ବ୍ଲକ୍ ରେ କରିବା ପାଇଁ ଜିଲ୍ଲା ସମାଜସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ର ଯେଉଁ ଛାତ୍ର ଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷା ରୁ ବଞ୍ଚିତ ଅଛନ୍ତି। ଯେଉଁ ଛାତ୍ର ଛାତ୍ରୀ ଆର୍ଥିକ ପରିସ୍ଥିତି ରୁ କମ୍ପ୍ୟୁଟର ଶିକ୍ଷା କରିପାରୁ ନାହାନ୍ତି ସେମାନେ ଙ୍କ ପାଇଁ ଜିଲ୍ଲା ସମାଜସେବୀ ସଂଘ ତରଫରୁ ଏହି ପ୍ରୟାସ କରାଯାଇଛି। ବର୍ତ୍ତମାନ ଏହି ଡିଜିଟାଲ ଯୁଗ ରେ କମ୍ପ୍ୟୁଟର ଶିକ୍ଷା ଅତି ଆବଶ୍ୟକ ଅଟେ। ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ଜିଲ୍ଲା ସମାଜସେବୀ ସଂଘ ଏହି ସେବା ମାଗଣା ରେ ଉପଲବ୍ଧ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ବରଗଡ଼ ଲୋକସଭା ସଦସ୍ୟ ଶ୍ରୀ ପ୍ରଦୀପ କୁମାର ପୁରୋହିତ ଫିତା କାଟି ଉଦଘାଟନ କରିଥିବା ବେଳେ ପୂର୍ବତନ ବରଗଡ ଲୋକସଭା ସଦସ୍ଯ ଡଃ ପ୍ରଭାସ ସିଂ, ବରଗଡ ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ଅବିଭାବକ ମହସଂଘ୍ ର ସଭାପତି ଆଇନଜୀବୀ ବିମଲ କିଶୋର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଅତିଥି ମାନେ ଜିଲ୍ଲା ସମାଜ ସେବୀ ସଂଘ, ବରଗଡ ଏହି ମହତ୍ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୦/୨୦୨୪---୯,୨୫ Sakhigopal News,29/10/2024