ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଛେଳି ମୃତ
ଭଞ୍ଜନଗର - ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି, ୫ ଛେଳି ମୃତ ଘଟିଛି । ଭଂଜନଗର ଥାନା ଅନ୍ତର୍ଗତ ଦରପଙ୍ଗିଆ ଗାଁ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଅପରାହ୍ନରେ ଦୁଇଜଣ ଛେଳି ଜଗୁଆଳ ଛେଳି ଚରାଇ ଘରକୁ ଫେରୁଥିଲେ । ସେହି ସମୟରେ ବର୍ଷା ଓ ପବନ ହୋଇଥିଲା । ଫଳରେ ସଂପୃକ୍ତ ରାସ୍ତା ଦେଇ ଯାଇଥିବା, ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡ଼ିଥିଲା । ସେହି ରାସ୍ତା ଦେଇ ଯାଉଥିବା ଛେଳି ପଲ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଏବଂ ଘଟଣା ସ୍ଥଳରେ ୫ ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଜାଡ଼ି ଥିଲେ । ସୌଭାଗ୍ୟ ବଶତଃ, ଏହି ସମୟରେ କୌଣସି ଲୋକ କ୍ଷତିଗ୍ରସ୍ତ ହୋଇନାହାଁନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୦/୨୦୨୪----୧୦,୧୦
Sakhigopal News,22/10/2024