ଗାଧୋଉଥିବା ବେଳେ, ବରଙ୍ଗନାଳ ରେ ଭାସିଗଲା ଯୁବକ
ଭଞ୍ଜନଗର - ବରଙ୍ଗ ନାଳରେ ଗାଧୋଉଥିବା ବେଳେ, ଜଳସ୍ରୋତ ରେ ଭାସିଯାଇ ଜଣେ ଯୁବକଙ୍କ ର ମୃତ ହୋଇଛି । ଭଂଜନଗର ଥାନା ଅନ୍ତର୍ଗତ ପଢାଳ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ କୁ ଉଧାର କରିଥିଲେ। ମୃତ ଯୁବକ ଭଞ୍ଜନଗର ବାଗଦେବୀ ରୋଡ ବାସିନ୍ଦା ବିନାୟକ ମହାପାତ୍ର । ଘଟଣା ପ୍ରକାରେ ଗୁରୁବାର ଅପରାହ୍ନରେ ବିନାୟକ ବରଙ୍ଗନାଳ କୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବଶତଃ, ସେ ପାଣିରେ ଭାସି ଯାଇଥିଲେ । ସେଠାରୁ ଭାସିଭାସି ଯାଇ ପଢାଳ ଆନିକଟ ନିକଟରେ ଲାଗିଥିଲେ । ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ବରାଡ କିଛି ଯୁବକଙ୍କ ସହଯୋଗରେ ମୃତଦେହକୁ ଠାବ କରି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମୃତ ଦେହକୁ ଉଧାର କରିଥିଲେ । ମୃତ ଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୪---- ୯,୨୫ Sakhigopal News,10/10/2024