ଧାନମଣ୍ଡିରେ ଏ ବର୍ଷ ଧାନ ବିକ୍ରୟ ସମୟରେ ପରିଚାଳନା କମିଟି ଗଠନ ହେବ ,ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ସାକ୍ଷୀଗୋପାଳ ---- ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ଖରିଫ ଋତୁରେ ଚାଷୀମାନେ ଧାନ ବିକ୍ରି ସମୟରେ ମଣ୍ଡିରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ରାଜ୍ଯ ଖାଦ୍ୟ, ଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ଧାନର ବିକ୍ରୀ ପାଇଁ ପ୍ରତି ମଣ୍ଡିରେ ବିଦ୍ଧିବଦ୍ଧ ଭାବେ କମିଟି ଗଠନ କରାଯିବ । ଏହି କମିଟିରେ ସେବା ସମବାୟ ସମିତିର ନିର୍ବାଚିତ ସଭାପତି , ସମ୍ପାଦକ , ଭିଏଡ୍ଲ୍ଯୁ , ପଞ୍ଚାୟତ ପିଇଓ ଙ୍କ ସହିତ ସମିତି ଅଧୀନରେ ଥିବା ୬ଜଣ ଅଗ୍ରଣୀ ଚାଷୀ ସଦସ୍ଯ ରହିବେ । ସେହିପରି ଯେଉଁ ସେବା ସମବାୟ ସମିତି ଗୁଡିକରେ ନିର୍ବାଚିତ କମିଟି ନଥିବ ସେଠାରେ ଅଗ୍ରଣୀ ଚାଷୀମାନଙ୍କ ମଧ୍ଯରୁ ଜଣଙ୍କୁ ଜିଲା କାର୍ଯ୍ଯାଳୟ ପକ୍ଷରୁ ସଭାପତି ଭାବେ ମନୋନୀତ କରାଯାଇ ସେ ଦାୟିତ୍ୱ ତୁଲାଇବେ । ସେବା ସମବାୟ ସମିତି ଅଧୀନ ସମସ୍ତ ଅଞ୍ଚଳର ଗୋଷ୍ଠୀ ମାନଙ୍କ ମଧ୍ଯରେ ସମନ୍ୱୟ ରଖାଯାଇ କମିଟି ଗଠନ କରାଯିବ । ଚାଷୀ ମାନଙ୍କ ଉତ୍ପାଦିତ ଧାନ ମଣ୍ଡିରେ ଯେପରି କୌଣସି ଅସୁବିଧା ନହେବ ସୁରୁଖୁରୁରେ ବିକ୍ରୀ କରାଯାଇ ପାରିବ ସେହି କାର୍ଯ୍ୟ ସମ୍ପାଦନ କରିବା ପାଇଁ କମିଟି ଧ୍ଯାନ ଦେବ ବୋଲି ସତ୍ଯବାଦୀ ବ୍ଲକ ସଂପ୍ରସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୂଚନା ମିଳିଛି । ସେହିପରି ମଣ୍ଡିରେ ଧାନ ବିକ୍ରୟ ସମୟରେ କାଟେଣି ଛାଟେଣିକୁ ରୋକିବା ପାଇଁ ସ୍ବତନ୍ତ୍ର ମେସିନ ରଖାଯାଇଛି। ଏହି ମେସିନ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କ ଅଧୀନରେ ରହିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧୦/୨୦୨୪----୯,୨୦ Sakhigopal News,28/102024