ସତ୍ୟବାଦୀ ସୃଜନିକା ସଂକଳନ ଉନ୍ମୋଚିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ମାଟି ହେଉଛି ଐତିହ୍ୟ, ସାହିତ୍ୟ , ଶାନ୍ତି ଓ ମାନବବାଦ ଯୋଗୁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରଖିଛି । ଏହାର କର୍ବ, ଗୌରବ ଓ ସ୍ୱାଭିମାନ ଦେଶ ଓ ବିଦେଶରେ ବେଶ ନାମ କରିଥିଲା । ଯେଉଁ ମାଟିରେ ପଞ୍ଚସଖାଙ୍କ ଜନ୍ମ ଗ୍ରହଣ କରିଥିଲେ । ସେମାନଙ୍କ ତ୍ୟାଗ, ସରଳ ଜୀବନପ୍ରଶାଳୀ , ଶିକ୍ଷା ଏପରିକି ବକୁଳବନ ବନବିଦ୍ୟାଳୟ ଚିରଦିନ ମନେରଖିଛି ସେହି ପୁଣ୍ୟ ମହାପୁରଷଙ୍କୁ । ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ପରିସରରେ ଆୟୋଜିତ ସଭାରେ ଯୋଗ ଦେଇଥିବା ଅତିଥି ମାନେ ସତ୍ୟବାଦୀର ପଞ୍ଚସଖା ଉପରେ ମତ ରଖିଥଲେ । ଏହି ଅବସରରେ ସତ୍ୟବାଦୀର ସୃଜନିକାର ଦ୍ୱିତୀୟ ଅଦ୍ଧବାର୍ଷିକ ସଂକଳନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ଅନୁଷ୍ଠିତ ଆଲେଚନା ଚକ୍ରରେ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ପ୍ରାକ୍ତନ ଓଡିଆ ଭାଷା ସାହିତ୍ୟର ପ୍ରଫେସର ମାନସ ରଞ୍ଜନ ମହାପାତ୍ର , ପ୍ରାକ୍ତନ ପ୍ରଧ୍ୟାପକ ଧରଣୀଧର ପ୍ରଧାନ, ପ୍ରଧ୍ୟାପକ ଅଶୋକ କୁମାର ମହାନ୍ତି, ପ୍ରଧ୍ୟାପକ କମଳ ଲୋଚନ ଦାଶ, ସାହିତ୍ୟକ ତଥା କବି ରବୀନ୍ଦ୍ର ନାଥ ଷଡଙ୍ଗୀ, ବିଜୟ କୁମାର ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ମହାପାତ୍ର, ଅଭୟ କୁମାର ସାହୁ, ସୁଜତା ଦେବୀ, ବିଶାଖା ଦେବୀ, ପ୍ରମୁଖ ସାହିତ୍ୟକ , କବି କବୟତ୍ରୀ ମାନେ ଯୋଗ ଦେଇଥିଲେ । ପ୍ରଧ୍ୟାପକ ଡ, ବସନ୍ତ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜକିଶୋର ପତି ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୦/୨୦୨୪----୯,୨୫ Sakhigopal News, 10/10/224