Breaking News

ଗୋଛାବାରି ଗ୍ରାମର ମା ପୌର୍ଣ ମାସିଙ୍କ ପୀଠରେ ଭାଗବତ ସପ୍ତାଙ୍ଗ ଓ ଯଜ୍ଞ ଅନୁଷ୍ଠିତ



ନୟାଗଡ, ---- ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତ ନିକଟସ୍ଥ  ଗୋଛାବାରି  ଗ୍ରାମର. ମା ପୌର୍ଣ ମାସିଙ୍କ ପୀଠରେ ଭାଗବତ ସପ୍ତାଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାଙ୍ଗ କାର୍ଯ୍ୟ କ୍ରମରେ ପ୍ରତ୍ୟକ ଦିନ ସକାଳ ସମୟ ରେ ସୂର୍ଯ୍ୟଙ୍କ ପୂଜା ପରେ ଆରମ୍ଭ ହୋଇଥିଲା । ଭାଗବତ ପଠନ ଓ ଆହୁତି, ପ୍ରତ୍ୟକ ଦିନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ କ୍ରମରେ ବ୍ୟାସ ଦେବ ଭାବେ ଗଣିଆ ବ୍ଲକ ଅନ୍ତର୍ଗତ ଡଙ୍କାରୀ ସାହି ଗ୍ରାମର  ଯଶୋବନ୍ତ  ଶତପଥୀ ( ବୁଲୁ)ଭାଇନା ଯୋଗ ଦେଇ ଥିଲେ ।  ମା ପୌର୍ନ ମାସୀଙ୍କ ପୀଠରେ ଦୁଈ ବର୍ଷ ହେଲା ମହା ସମାରୋହ ରେ ଅନୁଷ୍ଠିତ ହୋଇ ଆସୁଛି । ଗୋଛାବାରି ଗ୍ରାମବାସୀ ଓ ଗାଁର ଉଦୀୟମାନ ଯୁବକ, ଭାରତୀୟ ବିକାଶ ପରିଷଦ ର ରାଜ୍ୟ ଉପସଭାପତି ତଥା ନୟାଗଡ ଜିଲ୍ଲା ସାମ୍ବାଦିକ ଏବଂ ମାନବିକ ଅଧିକାର କର୍ମୀ ନିରଞ୍ଜନ ଦାସ, ବସନ୍ତ କୁମାର ବେହେରା, ସନ୍ତୋଷ କୁମାର ବାରିକ, ଶିଶୁଳ କୁମାର ବାରିକ, ଜଗନ୍ନାଥ ବେହେରା,ଗୟା ବାରିକ,ହୁଲାସ ବେହେରା, ମାଧବ ପରିଡା, ମହନୀ ମହାଖୁଡ଼,, କୃଷ୍ଣ ଚନ୍ଦ୍ର କର,ପ୍ରମୋଦ କୁମାର ପରିଡା ,ଶିଶିର କୁମାର ପରିଡା ,ସନ୍ତୋଷ ବାହୁକ ,ଭୋଳା ନାଥ ବେହେରା ,ପ୍ରଭାତ ବାହୁଜ ,ଉଦୀୟନାଥ ବେହେରା ,ନିବାସ ମହାଖୁଡ଼ ,ଚନ୍ଦନ ବେହେରା, ରଘୁନାଥ ପରିଡା , ଗୋବିନ୍ଦ ବେହେରା ,ପ୍ରକାଶ ବାରିକ ,ସୁବାସ ବେହେରା ,ସତ୍ୟବାଦୀ ବେହେରା , ଦୁର୍ଯ୍ୟୋଧନ ପରିଡା ଭଜମନ ପରିଡା, ଦେବରାଜ ବେହେରା ନରସିଂହ ବେହେରା.କାଳିକା ବେହେରା, ମିନା ବାରିକ ଏହି ଭଳି ବହୂ ଭକ୍ତ ତଥା କର୍ମ କର୍ତ୍ତା ପ୍ରମୁଖ ମାଆଙ୍କ ସପ୍ତାଙ୍ଗ କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ । ପୂର୍ଣାହୂତି ଦିବସରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ସାଂସଦ ଙ୍କ ଖଣ୍ଡପଡ଼ା ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ମଧ୍ୟଯୋଗ ଦେଇଥିଲେ ।
ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ, ୨୪/୧୦/୨୦୨୪----୧୧,୧୫ Sakhigopal News,24/10/2024

Blog Archive

Popular Posts