Breaking News

ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଶ୍ରୁତି ଉଦ୍ଦେଶ୍ଯ ଏକ ରକ୍ତଦାନ ଶିବିର


ବରଗଡ ---- ଅତାବିରା ବ୍ଲକ କୁଲତା ଟୁକରା ଠାରେ ମା ପାନ୍ଥେଇ ଚାରିଟେବୁଲ ଟ୍ରଷ୍ଟ ଓ ମାର୍କେଟିଂ ଗ୍ରୁପ ପକ୍ଷରୁ ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଶ୍ରୁତି ଉଦ୍ଦେଶ୍ଯ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟର ସଂପାଦକ ଶରତ କୁମାର ମହାରଣା ଅତିଥି ପରିଚୟ ସହିତ ସଂଯୋଜନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ୧ ଟଙ୍କିଆ କ୍ଲିନିକ ପ୍ରତିଷ୍ଠାତା ତଥା ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ଆସିଷ୍ଟାଣ୍ଟ ପ୍ରଫେସର ଡାଃ ଶଙ୍କର ରାମ ଚନ୍ଦାନୀ ଯୋଗ ଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଶ୍ରୁତି ଉଦ୍ଦେଶ୍ଯ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଥିବାରୁ ଉଦ୍ୟୋକ୍ତା ମାନଙ୍କୁ ଭୂୟସୀ ପ୍ରଶଂସା ସହ ପ୍ରତି ବର୍ଷ ରକ୍ତଦାନ ଶିବିର ଆୟୋଜନ କରିବା ଓ ରକ୍ତଦାନ ର ମହତ୍ବ ଓ ଉପକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଡାଃ ସମ୍ବିତ କୁମାର ମିଶ୍ର, ଚେରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସନ୍ତୋଷ କୁମାର ସେଠ, ସଭାପତି ଶୈଳରାଜ ମହାରଣା, ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଭାଇ ଉତ୍କଳ ପ୍ରଧାନ, ସହ ସମ୍ପାଦକ ଜିଜ୍ଞାସୁ ମହାରଣା ପ୍ରମୁଖ ଯୋଗଦେଇ ଥିଲେ।  ଏହି ରକ୍ତଦାନ ଶିବିରକୁ ଆଖପାଖ ଅଞ୍ଚଳରେ ବହୁ ସ୍ଵେଚ୍ଛାସେବୀ ସଂଗଠନ , ରକ୍ତଦାତା ମାନେ ଆସି ରକ୍ତଦାନ କରିଥିଲେ। ପ୍ରଥମଥର ମହିଳା ରକ୍ତଦାନ କରିଥିଲେ ସେମାନେ ହେଲେ ସ୍ନେହଲତା ସାହୁ, ନୟନା ଦାସ, ପ୍ରତିଭା ମହାରଣା, ସୋନିଆ ମହାଣା, ସରିତା ସାହୁ।  ରକ୍ତ ସଂଗ୍ରହ କରିଥିଲେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାଃ ସମ୍ବିତ କୁମାର ମିଶ୍ର, ଟେକନିସିଆନ ଦେବାଶିଷ ମିଶ୍ର, ଲାଲୁ ବିଶ୍ବାସ, ଜନକ ବେହେରା, ପାଏନୁ ଭୋଇ ଓ ସଂଜୀବ ବେରା।ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।କୁଲତା ଟୁକରା ସମସ୍ତ ଗ୍ରାମବାସୀ ସମେତ ଥୁଆପାଲି ଲାୟନ୍ସ କ୍ଲବ ର ସଦସ୍ୟ ଯୋଗେଶ ଅଗ୍ରୱାଲ ନିଜର ଜନ୍ମ ଦିବସକୁ ମନେରଖିବା ପାଇଁ ରକ୍ତଦାନ କରିଥିଲେ। ଥାଲେସେମିଆ ରୋଗୀ ପ୍ରତ୍ୟୁଷ କୁମାର ସେଠ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ସଂଜୀବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୦/୨୦୨୪----୮,୪୫ Sakhigopal News,27/10/2024

Blog Archive

Popular Posts