ମରଣଯନ୍ତା ପାଲଟିଛି "ଫ୍ଲାଏ ଓଭରବ୍ରିଜ " ବର୍ଷେ ନ ପୂରୁଣୁ ଓଭରବ୍ରିଜ ର ଅବସ୍ଥା ଶୋଚନୀୟ
ଜଟଣୀ :--ସହରର ଏକମାତ୍ର ବହୁ ପ୍ରତିକ୍ଷୀତ "ଫ୍ଲାଏ ଓଭରବ୍ରିଜ "ଦୟନୀୟ ଅବସ୍ଥାରେ l ସମ୍ପୂର୍ଣ ମରଣ ଯନ୍ତା ପାଲଟିଛି "ଫ୍ଲାଏ ଓଭରବ୍ରିଜ "l ଜଟଣୀ ସୀତାରାମ ଛକ ଆନ୍ଧ୍ରବ୍ୟାଙ୍କ ଠାରୁ କୁଦିଆରୀ ଲକ୍ଷ୍ମୀ ବିଳାସ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏହି ଓଭର ବ୍ରିଜ ନିର୍ମାଣ ହୋଇଛି l ୨୦୧୫ ମସିହାରେ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ସେହି ସମୟର ଜାତୀୟ ଦଳର ଜଣେ ବ୍ୟକ୍ତି ସିସି କ୍ୟାମେରା ଲଗାଇ ନିମ୍ନ ମାନର ପାଇଲିଂ କାର୍ଯ୍ୟ କହି ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ବିରୋଧରେ ଅଭିଯୋଗ ଆଣିଥିଲେ l ଏହି ଅଭିଯୋଗକୁ ଭିତ୍ତି କରି ସରକାର ଉକ୍ତ ନିର୍ମାଣ କାରି ସଂସ୍ଥାକୁ ବାଦ ଦେଇ ପୁନଃ ଟେଣ୍ଡର କରିଥିଲେ l ନିର୍ମାଣ ହେବାକୁ ଥିବା ଏହି ଓଭର ବ୍ରିଜକୁ ୨୦୧୭ ମସିହାରେ ଶେଷ କରିବାପାଇଁ ଧାର୍ଯ୍ୟ ହୋଇଥିଲା l ପରବର୍ତ୍ତୀ ସମୟରେ ଠିକା ସଂସ୍ଥାର ସମସ୍ୟା ଏବଂ ସେହି ସମୟରେ ନିର୍ବାଚନ ସମୟ ଆସିବାରୁ ଆଚରଣ ବିଦ୍ଧି ଉଲ୍ଲଙ୍ଘନ କୁ ନେଇ ବ୍ରିଜ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା l ପରବର୍ତ୍ତୀ ସମୟରେ ପୁନର୍ବାର ଟେଣ୍ଡର କରାଯାଇ ବ୍ୟୟ ଅଟକଳ ୧୦୫ କୋଟିକୁ ବୃଦ୍ଧି କରାଯାଇଥିଲା l ଇତିମଧ୍ୟରେ କୋରନା ମହାମାରୀ ଯୋଗୁଁ ପୁନର୍ବାର ନିର୍ମାଣ କାର୍ଯ୍ୟ ବନ୍ଦ ରହିଲା l ସଂକ୍ରମଣ ହ୍ରାସ ପରେ ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଭଳି ଅନେକ ବାଧା ଭିଗ୍ନ ଭିତରେ ଏବଂ ରାଜନୈତିକ ଛକା ପଞ୍ଝା ଭିତରେ ଗତିକରି ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଦୀର୍ଘ ୮ ବର୍ଷ ସମୟ ଲାଗିଥିଲା l କୌତୁକର ବିଷୟ ସେହି ସମୟ ଭିତରେ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ବେଳେ ଜଟଣୀ ର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ କାଳେ ବିରୋଧୀ ଦଳର ନେତା ନାଁ ନେଇଯିବା ଭାବି ତରବରିଆ ଭାବେ ନଡ଼ିଆ ବାଡେଇ ଉଦ୍ଘାଟନ କରିଦେଲେ l ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଲା l ପୁନର୍ବାର ଏହି ଓଭର ବ୍ରିଜକୁ ଵିଧିବଦ୍ଧ ଭାବେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ l ଦୁର୍ଭାଗ୍ୟର ବିଷୟ ଉଦ୍ଘାଟନ ର ୮ ମାସ ନ ପୂରୁଣୁ ଓଭରବ୍ରିଜ ବିପର୍ଯୟ ହୋଇପଡିଛି l ବର୍ତ୍ତମାନ ମରଣଯନ୍ତା ପାଲଟିଛି ଓଭରବ୍ରିଜ l ସିମେଣ୍ଟ କଂକ୍ରିଟ ଭାଙ୍ଗି ଛୋଟବଡ ଗର୍ତ୍ତ ସୃଷ୍ଟି ହେଲାଣି l ଗର୍ତ୍ତ ହୋଇ ସିମେଣ୍ଟରୁ ଗୋଡି ଏବଂ ଲୁହା ରଡ଼ ବାହାରି ବିପଦ ପୂର୍ଣ୍ଣ ରାସ୍ତାରେ ପରିଣତ ହେବା ଫଳରେ ଯାନବାହାନରେ ଯିବା ସମୟରେ ଯାତ୍ରୀ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ଦେଖାଯାଉଛି l ନିମ୍ନ ମାନର କାର୍ଯ୍ୟ ହେବା ସହ ଦୁର୍ନୀତି ହୋଉଛି ବୋଲି ବୁଦ୍ଧିଜୀବୀଙ୍କ ମତ l ରାଜନୈତିକ ଛକା ପଞ୍ଝା ଭିତରେ ଓଭର୍ବ୍ରିଜର କାମକୁ ସଠିକ ରୂପେ ତଦାରଖ ନ ହେବା ଫଳରେ ନିର୍ମାଣରେ ବ୍ୟବହାର ସାମଗ୍ରୀ ଗୁଡିକ ନିମ୍ନ ମାନର ବୋଲି ସାଧାରଣରେ ଅଭିଯୋଗ ହେଉଛି l ବର୍ତ୍ତମାନ ଏହି ଓଭର ବ୍ରିଜର ସ୍ଥାୟୀତ୍ବ କୁ ନେଇ ଏବେ ଉଠିଛି ପ୍ରଶ୍ନ ? । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଭାଗୀୟ ଉଚ୍ଚ କତୃପକ୍ଷ ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ଏଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଇ ଓଭରବ୍ରିଜ ରାସ୍ତାକୁ ସମ୍ପୂର୍ଣ ଭାବେ ସ୍ଥାୟୀ ରୂପରେ ପରିଣତ କରିବାପାଇଁ ସାଧରଣରେ ଦାବି ହୋଇଛି l ଯଦି ଭବିଷ୍ୟତରେ ବଡ଼ ଦୁର୍ଘଟଣା ଘଟେ ତେବେ ଏହା ପାଇଁ ସରକାର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମାନେ କହନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୧୮/୧୦/୨୦୨୪------୮,୩୫ Sakhigopal News,18/10/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୧୮/୧୦/୨୦୨୪------୮,୩୫ Sakhigopal News,18/10/2024